ମଶାଣିଚଣ୍ଡୀ ମନ୍ଦିର ନିକଟରେ ନରସିଂହ ଓରଫ କୁନା ବେହେରାକୁ ବିଭତ୍ସ ହତ୍ୟା ଘଟଣା
DATE- 16.05.2025 ହତ୍ୟାକାଣ୍ଡ ଘଟଣାରେ ଦୁଇଜଣ ଅଟକ। ଦୁଇଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ପୁରୀ ସିଟି ଡିଏସପିଙ୍କ ସୂଚନା। ମୃତ କୁନା ବେହେରା ହେଉଛନ୍ତି ମଶାଣିଚଣ୍ଡୀ ପରିଚାଳନା ସମିତିର ସମ୍ପାଦକ। ଗତକାଲି ବିଳମ୍ବିତ ରାତ୍ରରେ କୁନା ବେହେରା ଶୋଇଥିବା ବେଳେ ଘରେ ପଶି ଲିପୁନୁ ଦାସ ଓ କାର୍ତ୍ତିକ ବେହେରା ତାର କିଛି ସହଯୋଗୀ ମାରଣାସ୍ତ୍ରରେ ହତ୍ୟା କରିଛନ୍ତି। କାନ୍ଥରେ ଚଢି ଭିତରକୁ ପଶି ଲଙ୍କାଗୁଣ୍ଡ ପକାଇ ମାରଣାସ୍ତ୍ରରେ ହତ୍ୟା କରିଛନ୍ତି।

ପଇଡ ତୋଳାକୁ ନେଇ ହତ୍ୟା ହୋଇଥିବା ପ୍ରତିକ୍ରିୟା ରଖିଲେ ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ। ସେପଟେ ଦୀର୍ଘବର୍ଷ ଧରି ନରସିଂହ ଓରଫ୍ ମୃତକ କୁନା ବେହେରାର ସ୍ତ୍ରୀ ଓ ପରିବାର ସହ ସମ୍ପର୍କ ନଥିଲା ବୋଲି ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ଏହି ହତ୍ୟା ପଛରେ ନରସିଂହର ସ୍ତ୍ରୀ ଓ ଶାଶୁର ହାତ ରହିଛି ସେମାନଙ୍କୁ ସୁପାରି ଦେଇ ହତ୍ୟା କରିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।
