ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରରେ ପିଙ୍କି ହେଲ୍ପ ଡେସ୍କ”ର ଆରମ୍ଭ

ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପପୁରୀ:ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼ ଅଂଶ ହେଉଛନ୍ତି ମହିଳା ଓ ପରିବାର ବଳ। ସେମାନଙ୍କ ସୁରକ୍ଷା, ସୁବିଧା ଓ ଆଶ୍ବାସନ ପାଇଁ ପୁରୀ ଜିଲ୍ଲା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି – “ପିଙ୍କି ହେଲ୍ପ ଡେସ୍କ”ର ପ୍ରଥମ ସୋପାନ ଆରମ୍ଭ। ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ପୁରୀ ଶ୍ରୀ ଜଗନ୍ନାଥ ଧାମ ଏହି କାର୍ଯ୍ୟକ୍ରମ ଧାମ ମଧ୍ୟରେ ପ୍ରଥମ ।ଆଜି ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲଙ୍କ ଅଧକ୍ଷତାରେ ସେବା ପାଇଁ ନିଯୁକ୍ତ ମହିଳା କନ୍ଷ୍ଟେବଲମାନେ ପିଙ୍କି ହେଲ୍ପ ଡେସ୍କକୁ ସକ୍ରିୟ ଓ କାର୍ଯ୍ୟକ୍ଷମ କରିବା ପାଇଁ ମୋଟ ୬ ଜଣ ମହିଳା କନ୍ଷ୍ଟେବଲଙ୍କୁ ତାଲିମ ଦିଆଯାଇଛି। ଦିନାଙ୍କ ୧୬.୦୫.୨୫ ରେ DPO କନ୍ଫରେନ୍ସ ହଲ୍‌ରେ ବିଶେଷ ବ୍ରିଫିଂ ସେସନ୍ ଆୟୋଜିତ ହୋଇଥିଲା, ଯେଉଁଠାରେ ସେମାନଙ୍କୁ ଦାୟିତ୍ୱ ବିଷୟରେ ଅବଗତ କରାଯାଇଛି।ସେମାନେ ନିମ୍ନଲିଖିତ କାର୍ଯ୍ୟକୁ ନିଷ୍ଠାପୂର୍ବକ କରିବେ:*ମହିଳା ଭକ୍ତମାନଙ୍କୁ ସୂଚନା, ଦିଗନିର୍ଦ୍ଦେଶନା ଓ ତତ୍କାଳ ସହାୟତା ପ୍ରଦାନ।

ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ଦୟାଳୁ ଓ ପେଶାଦାର ଭାବେ ସହଯୋଗ।ଭକ୍ତମାନଙ୍କ ମତାମତ, ଅଭିଯୋଗ ଓ ପ୍ରତିକ୍ରିୟା ସଂଗ୍ରହ।ଆବଶ୍ୟକ ପରିସ୍ଥିତିରେ ଥାନା ବା PCR ସହ ଯୋଗାଯୋଗ।ଫିଡବ୍ୟାକ ଆଧାରିତ ପୋଲିସିଂ ମଡେଲ୍ଏହି ହେଲ୍ପ ଡେସ୍କ ଦ୍ୱାରା ପୁରୀ ପୁଲିସ ଏକ ଉତ୍ତରଦାୟୀ ଓ ଲୋକମୁଖୀ ପୋଲିସିଂ ବ୍ୟବସ୍ଥା ଉପସ୍ଥାପନ କରିବ। ପ୍ରତିଦିନ ଏଥିରେ ସଂଗ୍ରହ ହେଉଥିବା ଫିଡବ୍ୟାକ ଅନୁସାରେ ମନ୍ଦିର ପରିସରରେ ନିର୍ଵିଘ୍ନ ଦର୍ଶନ ଓ ସୁବିଧା ବୃଦ୍ଧି ପାଇଁ କାର୍ଯ୍ୟ ଗ୍ରହଣ କରାଯିବ।ପର୍ଯ୍ୟଟକ-ମିତ୍ର ପୋଲିସିଂରେ ଏକ ମାଇଲସ୍ଟୋନ୍*ଶ୍ରୀଜଗନ୍ନାଥ ଧାମ ଯାତ୍ରାକୁ ଅଧିକ ନିରାପଦ, ସମ୍ମାନଜନକ ଓ ଅଧତ୍ମିକ ଅନୁଭବ କରାଇବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପିଙ୍କି ହେଲ୍ପ ଡେସ୍କ ମହିଳା ଓ ପର୍ଯ୍ୟଟକଙ୍କୁ ସ୍ବାଗତ ଓ ସୁବିଧା ଦେବାରେ ପୁରୀ ପୁଲିସର ଏକ ଅନ୍ତରଙ୍ଗ ପ୍ରୟାସ।ସିନିଅର ପୋଲିସ ଅଧିକାରୀମାନେ ଏହାକୁ ଗଭୀର ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ମାଧ୍ୟମରେ ମହିଳା ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ସହିତ ସେମାନଙ୍କ ପାଇଁ ଏକ ସ୍ନେହଭରା ସନ୍ଦେଶ ଦେବାରେ ସହାୟତା ହେବ।ପିଙ୍କି ହେଲ୍ପ ଡେସ୍କ ୧୮.୦୫.୨୫ ରୁ ଉତ୍ତର ଦ୍ୱାର ଠାରେ କାର୍ଯ୍ୟକ୍ଷମ ରହିବ।

Leave a Reply

Your email address will not be published. Required fields are marked *