ପୋଖରୀରେ ଗାଧୋଇବା ବେଳେ ବୁଡ଼ି ୫ ବର୍ଷର ଶିଶୁକନ୍ୟା ମୃତ୍ୟୁ
ଫୁଲବାଣୀ:-୧୭/୦୫ କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ପୋଖରୀରେ ଗାଧୋଇବା ବେଳେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି।ସୂଚନା ଯୋଗ୍ୟ ଯେ ଗ୍ରାମର ଲୋଚନ ସାହୁଙ୍କ ଝିଅ ଅମ୍ରିତା ସାହୁ (୫ ବର୍ଷ) ସାଙ୍ଗ ମେଳରେ ଗାଁ ନିକଟସ୍ତ ପୋଖରୀକୁ ଆଜି ସକାଳ ଗାଧୋଇବାକୁ ଯାଇଥିଲେ।

ସେଠାରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ଗଭୀର ପାଣି ଭିତରକୁ ବୁଡି ଯାଇଥିଲେ। ସାଙ୍ଗ ମାନେ ଦୌଡ଼ି ଯାଇ ଅମ୍ରିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଦୌଡ଼ି ଆସି ଝିଅକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ ହେଲେ ଚିକିତ୍ସା ପୁର୍ବରୁ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ମୃତ ଘୋଷଣା କଲାପରେ ଖଜୁରୀପଡ଼ା ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ଏସ୍ଆଇ ଦିନବନ୍ଧୁ ପ୍ରଧାନ ସମେତ ପୋଲିସ କର୍ମଚାରୀ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତକରି ମୃତ ଶରୀରକୁ ଜବତ କରିବକୁ ନିର୍ଦ୍ଧେଶ ଦେଇଥିଲେ। ଏ ନେଇ ଥାନାରେ ୪/୨୫ ଅପମତ୍ୟୁ ମାମଲା ରୁଜୁ କରାଯାଇଛି। ଶିଶୁ କନ୍ୟାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି।
