ଗୋପ ମେଡିକାଲ ର ପାଚେରୀ ଭାଙ୍ଗିବା ୯ ମାସ ବିତିଗଲାଣି
ଗୋପ ମେଡିକାଲ ର ପାଚେରୀ ଭାଙ୍ଗିବା ୯ ମାସ ବିତିଗଲାଣି ସତ କିନ୍ତୁ ମରାମତି ହୋଇପାରିଲା ନାହିଁ l ( ଗୋପ ମେଡିକାଲ ରୁ ରୋଗୀ ସ୍ଵାସ୍ତ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ନିଧାନ ରୁ ଔଷଧ ମିଳୁନି )
ଗୋପ ୧୭/୦୫/୨୫( ତୀର୍ଥ କ୍ଷେତ୍ର) ପୁରୀ ଜିଲ୍ଲା ର ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି ବାହୁପୁରାତନ ସତ କିନ୍ତୁ ଅଧିକାଂଶ ସମୟ କିଛି ନା କିଛି କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ରହିଥାଏ l ଯଥା ସୁରକ୍ଷା କର୍ମୀ ଙ୍କ ଦ୍ଵାରା କାନ୍ଥ ରେ ରଙ୍ଗ ବୋଳିବା ହେଉ କୀ ସୁରକ୍ଷା କର୍ମୀ ଙ୍କ ଅବହେଳା ହେତୁ ଆମ୍ବୁଲାନ୍ସ ଗେଟ ରେ ପ୍ରବେଶ ନ କରିବା ହେଉ, କୀ ବୁଲା କୁକୁର ଙ୍କ ସୁରକ୍ଷା ବଳୟ ଭିତରେ ମେଡିକାଲ ର ମୁଖ୍ୟ ଙ୍କ କାର୍ଯ୍ୟାଳୟ ହେଉ କୀ ଗର୍ବବତୀ ଙ୍କୁ ଗର୍ବ ନଷ୍ଟ କରିବା ପାଇଁ ଷ୍ଟାଫ୍ ଙ୍କ ପରାମର୍ଶ ହେଉ କୀ ବର୍ଷା ଦିନେ ମେଡିକାଲ ଛାତ ରୁ ପାଣି ଗଳିବା ହେଉ ଏମିତି ଅନେକ ଘଟଣା ଘଟିସାରିଛି l ଗୋପ ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ଟି ବର୍ଷଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି l ଗତ ୨୫/୦୯/ ୨୦୦୪ ରେ ଗୋଷ୍ଟୀ କେନ୍ଦ୍ରର ସୁରକ୍ଷା ପାଚେରୀ ଭୁଶୁଡିବା ଖବର ପ୍ରସାରଣ ହୋଇଥିଲା କିନ୍ତୁ ଆଜିକୁ ପ୍ରାୟ ୮
ମାସ ବିତିଯାଇଥିଲେ ମଧ୍ୟ ଭୁଶୁଡିଥିବା ପାଚେରୀ ଟି ମରାମତି ହୋଇପାରିଲା ନାହିଁ ନିର୍ମାଣ l ଯାହାଫଳରେ କୀ ବୁଲା ଗୋରୁ ଗାଈ କୁକୁର ଆଦି ଜୀବଜନ୍ତୁ ଙ୍କ ଅବାଧ ପ୍ରବେଶ ହେଉଛି l ଏହାଦ୍ଵାରା ରୋଗୀଙ୍କ ସହିତ ଆସୁଥିବା ବ୍ୟକ୍ତି ବଶେଷ ବ୍ୟୟଭୀତ ଅବସ୍ଥାରେ ରହୁଛନ୍ତି l ଭଙ୍ଗା ପାଚେରୀ ହେତୁ ଗୋପ ବଜାର ରେ ଯେଉଁମାନେ ଦୋକାନ କରିଛନ୍ତି ତାଙ୍କୁ ଗୋଟେ ଅଳିଆ ଗଦା ମିଳିଯାଇଛି l ମେଡିକାଲ ର ଅପାର ପାର୍ଶ୍ଵ ରେ ମେଡିକାଲ ଇନଚାର୍ଜ ଙ୍କ କାର୍ଯ୍ୟାଳୟ ହୋଇଥିବା ସତ୍ତ୍ୱେ ସେଠାରେ ଅବାଧ ଚୋରା ମଦ କାରବାର ହେଉଛି l ମୋଟାମୋଟି କହିବାକୁ ଗଲେ ନିଶାଡିମାନଙ୍କ ଆଡା ସ୍ଥଳୀ ପାଲଟିଛି l ଦୈନିକ ଚୋଟ ବଡ଼ ଦୃଘଟଣାମାନ ଘଟୁଛି, ସେମାନଙ୍କୁ କୋଣାର୍କରୁ ତୁରନ୍ତ ଗୋପ ହସ୍ପିଟାଲ କୁ ପଠାଯାଏ l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଗୋପ ହସ୍ପିଟାଲ ଟି ଦୀର୍ଘ ବର୍ଷଧରି ଆବଶ୍ୟକୟୀ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଅଭାବ ସାଙ୍ଗକୁ ଭିତିଭୂମି ର ଘୋର ଅଭାବ ରୁ ଅବକ୍ଷୟ ହେବାରେ ଲାଗିଛି l ଏଠାରେ ବର୍ଷା ଜଳ ନିଷ୍କାସନ ର ବ୍ୟବସ୍ତା ନାହିଁ କୀ ଷ୍ଟାଫ୍ ମାନଙ୍କ ପାଇଁ ଘର ନାହିଁ l ଏଠାରେ ଥିବା ନିଧାନ କେନ୍ଦ୍ର ରେ ଅତ୍ୟବଶକୀୟ ଓ ଜରୁରୀ ଔଷଧ ମହଜୁଦ ରହୁନାହିଁ l ଯାହାଫଳରେ ଫଳରେ କୀ ଗରିବ ଶ୍ରେଣୀ ର ବ୍ୟକ୍ତି ମାନେ ବାହାରୁ ଔଷଧ କିଣିବାକୁ ପଡୁଛି l ଅଧିକାଂଶ ସମୟରେ ଜନଗହଳି ସାଙ୍ଗକୁ ଗାଡି ମଟର ଆଦି ଯାତାୟାତ କରିଥାଏ l ମୁଖ୍ୟତଃ ବର୍ତମାନ ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ ର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏଣୁ ନିମାପଡା ର ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏଥିପ୍ରତି ତୁରନ୍ତ ଦୁଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି l
