ମହିଳା ଭକ୍ତ ହେଲେ ଖୁସି ଆରମ୍ଭ ହେଲା ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରରେ ପିଙ୍କ ହେଲ୍ପ ଡେସ୍କ

ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ଏହାକୁ ଗଭୀର ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ମାଧ୍ୟମରେ ମହିଳା ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ସହିତ ସେମାନଙ୍କ ପାଇଁ ଏକ ସ୍ନେହଭରା ସନ୍ଦେଶ ଦେବାରେ ପିଙ୍କ ହେଲ୍ପ ଡେସ୍କ ସହାୟତା ହେବ।ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼ ଅଂଶ ହେଉଛନ୍ତି ମହିଳା ଭକ୍ତ। ସେମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ – “ପିଙ୍କ ହେଲ୍ପ ଡେସ୍କ” ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଦ୍ୱାରା ଶୁଭଆରମ୍ଭ ହୋଇଅଛି। ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ପୁରୀ ଶ୍ରୀ ଜଗନ୍ନାଥ ଧାମ ଏହି କାର୍ଯ୍ୟକ୍ରମ ଧାମ ମଧ୍ୟରେ ପୁରୀ ପୋଲିସ ପ୍ରଥମ ।ଆଜି ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ସେବା ପାଇଁ ନିଯୁକ୍ତ ମହିଳା କନ୍ଷ୍ଟେବଳ ମାନେ ପିଙ୍କ ହେଲ୍ପ ଡେସ୍କକୁ ସକ୍ରିୟ କାର୍ଯ୍ୟକ୍ଷମ କରିବା ପାଇଁ ମୋଟ ୬ ଜଣଙ୍କୁ ନିଯୁକ୍ତ କରିଛନ୍ତି।ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ଦୟାଳୁ ଓ ପେଶାଦାର ଭାବେ ସହଯୋଗ କରିବେ।ଭକ୍ତମାନଙ୍କ ମତାମତ, ଅଭିଯୋଗ ଓ ପ୍ରତିକ୍ରିୟା ସଂଗ୍ରହ।ଆବଶ୍ୟକ ପରିସ୍ଥିତିରେ ଥାନା ବା PCR ସହ ଯୋଗାଯୋଗ କରିବେ।

ଏହି ହେଲ୍ପ ଡେସ୍କ ଦ୍ୱାରା ପୁରୀ ପୁଲିସ ଏକ ଉତ୍ତରଦାୟୀ ଓ ଲୋକମୁଖୀ ପୋଲିସିଂ ବ୍ୟବସ୍ଥା ଉପସ୍ଥାପନ କରିବ। ପ୍ରତିଦିନ ଏଥିରେ ସଂଗ୍ରହ ହେଉଥିବା ଫିଡବ୍ୟାକ ଅନୁସାରେ ମନ୍ଦିର ପରିସରରେ ନିର୍ଵିଘ୍ନ ଦର୍ଶନ ଓ ସୁବିଧା ବୃଦ୍ଧି ପାଇଁ କାର୍ଯ୍ୟ ଗ୍ରହଣ କରାଯିବ।ଶ୍ରୀଜଗନ୍ନାଥ ଧାମ ଯାତ୍ରାକୁ ଅଧିକ ନିରାପଦ, ସମ୍ମାନଜନକ ଓ ଅଧତ୍ମିକ ଅନୁଭବ କରାଇବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପିଙ୍କ ହେଲ୍ପ ଡେସ୍କ ମହିଳା ଓ ପର୍ଯ୍ୟଟକଙ୍କୁ ସ୍ବାଗତ ଓ ସୁବିଧା ଦେବାରେ ପୁରୀ ପୁଲିସର ଏକ ଅନ୍ତରଙ୍ଗ ପ୍ରୟାସ ହେବ ।ଏହି କର୍ଯ୍ୟକ୍ରମକୁ ଅନେକ ଭକ୍ତ ପୁରୀ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଏବଂ ଖୁସିବେକ୍ତ କରିଛନ୍ତି। ଏହି ଉଦଘାଟନରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲଙ୍କ ସହ ସିଟି ଡ଼ିସପି ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ସିଂହଦ୍ୱାର ଥାନା ଅଧିକାରୀ ଶ୍ରୀମନ୍ତୀ ଶ୍ୱେତପଦ୍ମା ଦାଶ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *