ସହୀଦ ବୀର ବାଜି ରାଉତ
ସହୀଦ ବୀର ବାଜି ରାଉତ
ସ୍ବାଧୀନ ଚେତା ର
ବୀର ବାଳକ
ତୁମେ ଅମର ଅଜୟ
ବ୍ରାହ୍ମଣୀ ନଦୀରେ ଜବାବ ଦେଲ
ନହୋଇ ତୁମେ ଅଧୟ।
ପ୍ରଜା ମଣ୍ଡଳୀର ଦାୟାଦ ହୋଇ
ଜଗିଥିଲ ତୁମେ ଘାଟ
ଜବାବ ଦେଲ ଗୋରା ସିପାହୀ ଙ୍କୁ
ଲଢିଲ ଘମାଘୋଟ।
ନଦୀ ପାର କରିଲ ନାହିଁ
ମୁହଁରେ ଦେଲ ଜବାବ
ବନ୍ଧୁକ ମୁନକୁ ଡରିଲ ନାହିଁ
ପ୍ରଜା ମେଳିର ପ୍ରଭାବ।
ନୀଳକଣ୍ଠପୁର ଘାଟି ରେ ତୁମ ବୀରତ୍ବର ଗାଥା
ସାହାସୀ ତୁମେ ବାଜି ରାଉତ
ମନରେ ନାହିଁ ବ୍ୟଥା।
ପ୍ରଜା ମେଳିର ହୁକୁମ ଥିଲା
ଡରିବ ନାହିଁ କେହି
ଦେଖାଇଦେଲ ବାଜି ରାଉତ
ବନ୍ଧୁକ ଗୁଳି ଖାଇ।
କେବଳ ନୁହେଁ ଢେଙ୍କାନାଳ ଯେ
ବିଶ୍ବ ରେ ତୁମ କୀର୍ତ୍ତି
ବ୍ରାହ୍ମଣୀ ଜଳ ରଙ୍ଗିନ ହେଲା
ଏହା ବୀର ଙ୍କ ନିତି।
ଯେଉଁଠି ଥାଅ ବାଜି ରାଉତ
ଢେଙ୍କାନାଳ ର ପୁଅ
ତୁମ ମହିମା ଦେଖାଇ
ଦେଲା
ଏକାଠି ସବୁହୁଅ।
ତୁମେ ଆମର ଗର୍ବ ଗୈାରବ
ଢେଙ୍କାନାଳ ର ପୁଅ
ଦେଶ ମାତୃକାର ସେବା ପାଇଁ ଏକାଠି ସବୁହୁଅ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
