ରସୁଲପୁର ବ୍ଲକ ବିଜେଡି ପକ୍ଷରୁ ସାଙ୍ଘଠନିକ ବୈଠକ ଅନୁଷ୍ଠିତ
ରସୁଲପୁର ବ୍ଲକ ବିଜେଡି ପକ୍ଷରୁ ସାଙ୍ଘଠନିକ ବୈଠକ ଅନୁଷ୍ଠିତ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଟିକରପଡା ଗ୍ରାମ ପଂଚାୟତ ବିଜେଡି ସଭାପତି ବିଜୟ ଘଡେଇଙ୍କ ନେତୃତ୍ୱରେ ଆୟୋଜିତ ସାଙ୍ଘଠନିକ ବୈଠକରେ ପୂର୍ବତନ ବିଧାୟକ ଯଥା ରାଜ୍ୟ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ ଅତିଥିଭାବେ ଯୋଗଦେଇ ରସୁଲପୁର ବ୍ଲକ ଅଞ୍ଚଳରେ କିଭଳି ବିଜେଡି ସଂଗଠନ ଶକ୍ତିଶାଳୀ ହେବ ଆଲୋଚନା କରିଥିଲେ l ବିଶେଷ ଭାବରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ହେଲେ ସମସ୍ତେ କର୍ମକର୍ତ୍ତା ଘରକୁ ଘର ଯାଇ ବିଗତ ସରକାର ସମୟରେ ରାଜ୍ୟର ବିକାଶ ପାଇଁ ହେଇଥିବା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ଦାସ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଉଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମସ୍ତେ ଏକଜୁଟ ହେଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଶହଶହ ଦଳୀୟ କର୍ମୀ ଉପସ୍ଥିତ ରହି ପୂର୍ବତନ ବିଧାୟକ ଶ୍ରୀ ଦାସଙ୍କୁ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ l
ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
