ସତ୍ୟ ସାଇ ସେବା ଟ୍ରଷ୍ଟ ତରଫରୁ ଗ୍ରୀଷ୍ମ ସେବା ଶିବିର

ସତ୍ୟ ସାଇ ସେବା ଟ୍ରଷ୍ଟ ତରଫରୁ ଗ୍ରୀଷ୍ମ ସେବା ଶିବିର

ଗଣିଆ – ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ପରିସରରେ ସତ୍ୟ ସାଇ ସେବା ଟ୍ରଷ୍ଟ ତରଫରୁ ଗ୍ରୀଷ୍ମ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୟାଗଡ଼ ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ ଶିବିରାର୍ଥୀ ଯୋଗ ଦେଇଥିଲେ । ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୈନନ୍ଦିନ ଜୀବନ ଶୈଳୀ ସହିତ ଆଧ୍ୟାତ୍ମିକତାକୁ ବିନିଯୋଗ କରି ଭଗବତ ସାଧନା ପ୍ରାପ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଶିବିରାର୍ଥି ମାନେ ପ୍ରକାଶ କରିଥିଲେ ।

ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରିପାରିବ, ନିଆଁ ଲାଗିଲେ କିପରି ଉଦ୍ଧାର କରିବ ସେ ସମ୍ପର୍କରେ ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟ ସାଇ ସେବା ଟ୍ରଷ୍ଟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ ଗଣିଆ।

Leave a Reply

Your email address will not be published. Required fields are marked *