ଶ୍ରୀକ୍ଷେତ୍ର ଭଉଁରୀ।

ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକଅଖ ଡେରା ନୀତି ସମ୍ପର୍ଣ୍ନ ହୋଇଛି। ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହୋଇଥିଲା ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହୋଇଛି ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଛି। ଯାହାକୁ ଚକଅଖ ଡେରା ନୀତି କୁହନ୍ତି। ତିନିବାଡର ପୂଜାପଣ୍ଡା ସକାଳଧୁପ ପରେ ୩ଟି ଆଜ୍ଞାମାଳ ଆଣି ପ୍ରଥମେ ଶ୍ରୀନହର ନିକଟରେ ରହିବା ପରେ ଆରମ୍ଭ ହୋଇଥିଲା ରଥ ଚକ ଡେରା ନୀତି। ତେବେ ପ୍ରଥମେ ତାଳଧ୍ଵଜର ଚକ ଅଖ ସଂଯୋଗ ପରେ ନନ୍ଦିଘୋଷ ଓ ଶେଷରେ ଦେବିଦଳନ ରଥର ଚକ ଡେରା ହେବା ପରେ ଭୋଇ ସେବକ ପକାଇଥିଲେ ପ୍ରଥମ ହରିବୋଲ। ତେବେ ଆଜି୩ ରଥର ଚକ ଅଖ ଲାଗି କରିବା ପରେ ଭୋଇ ସେବକ ମାନଙ୍କ ଦ୍ବାରା ପ୍ରଥମ ହରିବୋଲ ପଡିଥିଲା। ତେବେ ଭଉଁରୀ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ସ୍ୱତନ୍ତ୍ର କରାଯାଇଛି। ପ୍ରାତଃ 3ଟାରେ ସିଂହଦ୍ଵାର ଫିଟାଯାଇ ମଙ୍ଗଳଆଳତୀ,,ମଇଲମ,,ଅବକାଶ ଇତ୍ୟାଦି ନୀତି ବଢିବା ପରେ 7.30ରୁ 9ଟା ମଧ୍ୟରେ ସକାଳଧୂପ ଶେଷ ହୋଇ ୧୨ଟା ରୁ ରଥଖଳା ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା।ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତବର୍ଷ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଜଳକ୍ରୀଡା ସମୟରେ ବାଣ ଵିଷ୍ପୋରଣରେ ପ୍ରାୟ 15ରୁ ଉର୍ଦ୍ଧ୍ବ ଜୀବନ ଯାଇଥିବା ବେଳେ ଚଳିତବର୍ଷ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି। ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯିବ। ଏଥିସହ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡକୁ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟପକ ମାତ୍ରାରେ ମୁତୟନ କରାଯିବାର ବ୍ୟବସ୍ତା କରାଯାଇଛି l ବାଇଟ ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକବାଇଟ ନାରାୟଣ ମହାରଣା, ଦେଵିଦଳନ ରଥ ବିଶ୍ୱକର୍ମାବାଇଟ ପୁରୀ ଏସପି ବିନୀତ ଅଗ୍ରବାଲ୍।

Leave a Reply

Your email address will not be published. Required fields are marked *