ଜଙ୍ଗଲ ନଷ୍ଟ ଯୋଗୁଁ ଗାଁ ଓ ସହର ମୁହାଁ ହେଉଛନ୍ତି ବନ୍ୟଜନ୍ତୁ
ଜଙ୍ଗଲ ନଷ୍ଟ ଯୋଗୁଁ ଗାଁ ଓ ସହର ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ, ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଘୁମୁସର ଦକ୍ଷିଣ ବନଖଣ୍ଡ ବଡ଼ଗଡ଼ ବନାଞ୍ଚଳ ରେ | କାଠ ମାଫିଆଙ୍କ ଉପଦ୍ରଵ ଓ ବନ ବିଭାଗର ଅବହେଳା ଯୋଗୁ ଦିନକୁ ଦିନ ବ୍ୟାପକ ମାତ୍ରାରେ ବଡ଼ଗଡ଼ ବନାଞ୍ଚଳ ରେ ଜଙ୍ଗଲ ନଷ୍ଟ ହେଉଥିବାବେଳେ ଜୀବଜନ୍ତୁଙ୍କ ଖାଦ୍ୟ ପାନୀୟ ସହ ବହୁ ଅସୁବିଧା ହେଉଛି l ସେଥିଯୋଗୁଁ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଆଜି ବଡ଼ଗଡ଼ ବନାଞ୍ଚଳ ବଡ଼ଗଡ଼ ଗ୍ରାମ ର କୁମ୍ଭାର ସାହି ପାଖରୁ ଏକ ବନ୍ୟ ଜନ୍ତୁ କୁଟୁରାକୁ ଉଦ୍ଧାର କରିଛି ବଡ଼ଗଡ଼ ବନବିଭାଗ | ସୂଚନା ପ୍ରକାରେ ବଡ଼ଗଡ଼ ଗ୍ରାମ ପାଖକୁ ଦୁଇଟି କୁଟୁରା ଖାଦ୍ୟ ଅନ୍ୱେଷଣ ରେ ଚାଲି ଆସିଥିବା ବେଳେ କୁକୁର ମାନଙ୍କ ଆକ୍ରମଣ ର ଶିକାର ହୋଇ ବଡ଼କୁଟୁରା ଟି ଜଙ୍ଗଲ ଭିତରକୁ ଦୌଡି ପଳେଇ ଥିବା ବେଳେ ଛୋଟ କୁଟୁରା ଟି କୁକୁର ମାନଙ୍କ ଦ୍ୱାରା ଆଂଶିକ ଆଘାତ ହୋଇ ବଡ଼ଗଡ଼ କୁମ୍ଭାର ସାହି ପଛ ପଟେ ପଡି ରହିଥିଲା l ଖବର ପାଇ ବଡ଼ଗଡ଼ ସେକସନ ର ବନରଖି ଓ ତାଙ୍କର ସହଯୋଗୀ ମାନଙ୍କ ଦ୍ୱାରା କୁଟୁରାଟିକୁ ଉଦ୍ଧାର କରି ଖାରୀଗୁଡା ନର୍ସରୀ ଠାରେ ରଖି ପ୍ରାଥମିକ ଚିକିତ୍ସା କରିଛନ୍ତି ବନକର୍ମଚାରୀ l ବନ୍ୟଜନ୍ତୁ ଉଦ୍ଧାର ସମୟ ରେ ବନ୍ୟଜନ୍ତୁ ସୁରକ୍ଷା ଆଇନ କୁ ଅବମାନନା କରି କୁଟୁରା ଟିକୁ ଦୌଡି ରେ ମଧ୍ଯ ବାନ୍ଧି ରଖିଥିଲେ | ଏହି ଦୃଶ୍ୟ ଦେଖିଲା ପରେ ବଡ଼ଗଡ଼ ବନ ବିଭାଗ ର ବେପରୁଆ ମନଭାବ ଓ ଜଙ୍ଗଲ ସୁରକ୍ଷା ପ୍ରତି ଅବହେଳା ଏବେ ସାଧାରଣ ରେ ଆଲୋଚନା ହେଉଛି |
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
