ସତ୍ୟ ନାରାୟଣ
ସତ୍ୟ ନାରାୟଣ
ସତ୍ୟ ନାରାୟଣ ଘେନ ଗୁହାରି ମୋହର
ଜଗତର ନାଥ ହରି
ସମସ୍ତଙ୍କ ଦୁଃଖ ଦୂରକର ପ୍ରଭୁ
ଘେନ ପ୍ରଣତି ମୋହରି
ଜଗତର ନାଥ ହରି।।
ସତ୍ୟ ସନାତନ ସତ୍ୟ ନାରାୟଣ
ଓଡିଆ ଅସ୍ମିତା ପାଇଁ
ଗାୟକ ମାନେ ଗାଉଛନ୍ତି ପାଲା
ବିଭୁ କୃପାଭାବ ନେଇ
ଓଡିଆ ଅସ୍ମିତା ପାଇଁ।।
ପଞ୍ଚ ଦେବତା ଙ୍କୁ ଆବାହନ କରି
ଗାୟକ ଗାଆନ୍ତି ପାଲା
ତାଙ୍କରି ଆଶିଷ ଲଭିଣ ଗାୟକ ବିତାଅନ୍ତି ସବୁ ପାଲା
ଗାୟକ ଗାଆନ୍ତି ପାଲା।।
ଗଣେଶ , ବିଷ୍ଣୁ, ମହାଦେବ ସଙ୍ଗେ ଦୁର୍ଗତି ନାଶିନୀ ଦୁର୍ଗା
ସୂର୍ଯ୍ୟ ଙ୍କୁ ମିଶାଇ ପଞ୍ଚ ଦେବା ଦେବୀ ଆବାହନେ ଥାନ୍ତି ଉଭା
ଦୁର୍ଗତି ନାଶିନୀ ଦୁର୍ଗା।।
ଝଙ୍କଡ଼ ବାସିନୀ ମାଆ ଶାରଦା ଯେ
କଣ୍ଠରେ ଥାଆନ୍ତି ରହି
ନ ଆସୁଥିବା ପଦ ମାନ ମାଆ
ଦିଅନ୍ତି କର୍ଣ୍ଣରେ କହି
କଣ୍ଠରେ ଥାଆନ୍ତି କହି।।
ହରିବୋଲ ହୁଳହୁଳି ର ମଧ୍ୟରେ
ମଣ୍ଡପ ଉଛୁଳି ଥାଇ
ଭୁତ ପ୍ରେତ ସବୁ ପବିତ୍ର ସ୍ଥାନରେ
ଯାଆନ୍ତି ଛାଡି ପଳାଇ
ମଣ୍ଡପ ଉଛୁଳି ଥାଇ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା
