୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ
୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ
ଘର ପରିବାରର ଅଭାବ ଅସୁବିଧା ହିଁ ମଣିଷକୁ ସଂଘର୍ଷ ଶିଖାଇ ଥାଏ ପିଲାଙ୍କୁ ମଣିଷ ହେବାର ବାଟ ଦେଖାଇ ଥାଏ, ମାତ୍ର ବର୍ତ୍ତମାନ ଯୁଗରେ ଅଭାବ ପ୍ରାୟତଃ ନଥିଲା ବେଳେ ପିତାମାତାଙ୍କ ଟଙ୍କା କୁ ଏବେ ନିଶା ପାଇଁ ପିଲା ମାନେ ପାଣି ଭଳି ଉଡ଼ାଇ ଦେଉଛନ୍ତି l ସେହିପରି ଖୁବ୍ ଶିଘ୍ର ଟଙ୍କା ରୋଜଗାର କରିବା ଚକ୍କରେ ଯୁବ ପିଢ଼ି ଡ୍ରଗସ୍, ଗଞ୍ଜେଇ ଭଳି ନିଶା କାରବାର କରିବାକୁ ପଛାଉନାଁହାନ୍ତିl ଏହି ପରି ଏକ ନିଶା କାରବାର ଘଟଣା ଯାଜପୁର ଜିଲ୍ଲା ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ନୂଆଗାଁ କୁସୁନପୁର ଛକରେ ଚଢ଼ାଉ ହୋଇ ୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ ହୋଇ ଜଣେ ଯୁବକ ଗିରଫ ହୋଇଛି l
ସୂଚନା ମୁତାବକ ଅବକାରୀ ଅଧୀକ୍ଷକ ଦିବ୍ୟାକିଶ୍ୱର ଥଣ୍ଡଲଙ୍କ ନିର୍ଦ୍ଦେଶ କ୍ରମେ ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୂପ୍ରସାଦ ସାହୁ ନୂଆଗାଁ କୁସୁନପୁର ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର ବିକିବାକୁ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅନ୍ତର୍ଗତ ଖୁରୁଣ୍ଟି ଗ୍ରାମର ବିଜୟ ମଳିକଙ୍କ ୨୫ବର୍ଷର ପୁଅ ପବିତ୍ର ମଲ୍ଲିକ ବୋଲି ଜଣାପଡିଛି l ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତକୁ ଗିରଫ କରିବା ପରେ ଗୋଟିଏ ମାମଲା ରୁଜୁ କରି ଯାଜପୁର ରୋଡ କୋର୍ଟ ଚାଲାଣ କରିଛି l ତେବେ ଏହି ଅଭିଯୁକ୍ତ ନିକଟରୁ ୩୭ ଗ୍ରାମ ବ୍ରାଉନ ସୁଗାର ସହିତ ଏକ ବାଇକ ଜବତ ହେଇଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ଏ.ଏସ୍.ଆଇ ରଶ୍ମିରେଖା ଜେନା, ସୁଚିତ୍ରା ନାୟକ, ମାଳତି ମାଝୀ, ଗଣେଶ ଦମ୍ପତ ସାମିଲ ହେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
