ପଲିଥିନ ତଳେ ବିତୁଛି ଜୀବନ

କୋଣାର୍କ ,(ଜ୍ଞାନ ରଞ୍ଜନ ବିଶ୍ଵାଳ)- କୋଣାର୍କ ଏନଏସି ଅନ୍ତର୍ଗତ ୯ନମ୍ବର୍ ୱାର୍ଡ ମାଉସୀମା ସାହିରେ ଦୀର୍ଘ ବର୍ଷ ଧରି ରହୁଥିବା ପ୍ରସନ୍ନ ଭୋଇ ଓ ସଞ୍ଜୁ ଭୋଇଙ୍କ ପରିବାର ପାଇଁ ଆବାସ ଯୋଜନାରେ ଗୃହ ଟିଏ ପାଲଟିଛି ସାତ ସପନ। ଯାହା ଫଳରେ ଦୀର୍ଘ ବର୍ଷ ହେବ ପଲିଥିନ ତଳେ ବିତୁଛି ପରିବାର ଜୀବନ। ସ୍ବାମୀଙ୍କ ସହ ଦୁଇ ପିଲାକୁ ଧରି ଗୋଟାଏ ବଖରା ପଲିଥିନ ଘରେ ଅସହାୟ ଭାବେ ରହୁଛନ୍ତି ସଞ୍ଜୁ। କୋଣାର୍କ ମୌଜା ମାଉସୀ ମା ସାହିରେ ଖାତା ନମ୍ୱର୍ ୪୧୫ ପ୍ଲଟ ନମ୍ବର ୧୭୨୧ରେ ରହୁଥିବାରୁ ସହରୀକରଣ ବସ୍ତି ଉନ୍ନୟନ ଜାଗା ମିଶନ ଜରିଆରେ ୨୦୨୦ ମସିହାରେ ଜମି ପଟ୍ଟା ପାଇଥିଲେ।

ହେଲେ ଦୀର୍ଘ ୫ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଆବାସ ଗୃହ ଯୋଗାଇ ଦିଆ ଗଲା ନାହିଁ। ଯାହା ଫଳରେ ପଲିଥିନ ତଳେ ରହୁଛନ୍ତି ୪ ପ୍ରାଣୀ ପରିବାର। ସ୍ବାମୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପେଟ ପୋଷଣ କରନ୍ତି। ଯାହା ଫଳରେ ନିଜେ ଘର ଟିଏ ନିର୍ମାଣ କରିବାକୁ ବଳ ନାହିଁ। ତେଣୁ ଆସନ୍ତା ମୌସୁମୀ ବର୍ଷା ଦିନ ପୂର୍ବରୁ ଆବାସ ଗୃହ ଯୋଗାଇ ଦେବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ଛିଣ୍ଡା ପଲିଥିନ୍ ତଳେ ରହୁଥିବାରୁ ବର୍ଷା ଦାଉ ସାଜିପାରେ। ତେଣୁ ତୁରନ୍ତ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *