ଫୁଲବାଣୀ ପୌର ପରିଷଦ ବିଜୁ ଜନତା ଦଳର କର୍ମୀ ମାନଙ୍କ ସାଂଗଠନିକ ବୈଠକ

ଫୁଲବାଣୀ ପୌର ପରିଷଦ ବିଜୁ ଜନତା ଦଳର କର୍ମୀ ମାନଙ୍କ ସାଂଗଠନିକ ବୈଠକ।ଫୁଲବାଣୀ:-୧୯/୦୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ବିଜୁ ଜନତା ଦଳର କର୍ମୀ ମାନଙ୍କ ସାଂଗଠନିକ ବୈଠକ ଖଜୁରୀପଡ଼ା ବ୍ଲକ ଏରିଆ ଗୁଦାରି ପଞ୍ଚାୟତ ଅନ୍ତର୍ଗତ ତଳପଟି ସ୍ଥାନରେ ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ବର୍ତ୍ତମାନର ନବ ନିର୍ବାଚିତ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଙ୍କ ଅଧ୍ୟକ୍ତାରେ ଅନୁଷ୍ଟିତ ହୋଇ ଯାଇଛି। ୧୫ ବର୍ଷପରେ ପୁଣି ଆଉଥରେ ପଦ୍ମନାଭ ଙ୍କୁ ଆମେ ପାଇ ପାରିଲୁ ଆଜି ତାଙ୍କ ଅଗରେ ସମସ୍ତ ମନଖୋଲା କଥା କହିବୁ ବୋଲି ପଦ୍ମନାଭ ଜିନ୍ଦାବାଦ ବୋଲି ସମସ୍ତଙ୍କ ପାଟିରେ ନାରା ଦେଇ ସଭାସ୍ଥଳିକୁ ପ୍ରକମ୍ପିତ କରିଥିଲେ କର୍ମୀମାନେ। ଉକ୍ତ ବୈଠକରେ ଦଳର ପୂର୍ବତନ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ପୁରୁଖା ନେତା କମଳା କାନ୍ତ ପାଣ୍ଡେ, ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି,ବରିଷ୍ଠକର୍ମୀ ତଥା ଆଇନଜୀବୀ ପ୍ରତାପ ପାତ୍ର, ବରିଷ୍ଠକର୍ମୀ ତଥା ଆଇନଜୀବୀ ଶିବ ତ୍ରୀପାଠୀ,ପୌର ପରିଷଦ ସମସ୍ତ କାଉଁଶିଲର,ପୂର୍ବତନ ସମସ୍ତ କାଉଁଶିଲର,ନଗରର ସମସ୍ତ ବରିଷ୍ଠ କର୍ମୀ,ମହିଳା କର୍ମୀ,ଯୁବ ଗୋଷ୍ଟି ଏଭଳି ଶତାଧିକ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ। ୨୦୨୪ରେ ଜିଜୁ ଜନତା ଦଳର ପରାଜୟ ଉପରେ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଥିଲା ଏହାର କାରଣ କର୍ମୀ ମାନେ ମତାମତ ଦେଇଥିଲେ ଓ ଆଗମୀ ଦିନରେ ସଂଗଠନକୁ ସୁଦୃଢ କରି ପଞ୍ଚାୟତ ସ୍ତରରୁ ବିଧାନ ସଭା ଓ ଲୋକ ସଭା ପର୍ଯ୍ୟନ୍ତ ପୁଣି ଦଖଲକୁ ଆଣିବାକୁ ପଡ଼ିବ ବୋଲି ସଂକଳ୍ପ କରା ଯାଇଥିଲା। ଏଥି ସହିତ କର୍ମୀଙ୍କ ନିଜ ଭିତରେ ଯାହା ମନ ମାଳିନ ଥିଲେ ମଧ୍ୟ ତାକୁ ପଛରେ ପକାଇ ସମସ୍ତେ ଏକାଠି ହୋଇ ପୁନର୍ବାର ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁଟାଣ କରିବାକୁ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ବେହେରା ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *