ରାଜନୈତିକ ଫାନ୍ଦରେ ଭଦ୍ରକ ପୌରପାଳିକା

ରାଜନୈତିକ ଫାନ୍ଦରେ ଭଦ୍ରକ ପୌରପାଳିକା

୨୦୨୨ରୁ ଭଦ୍ରକର ନୂଆ ପରିଷଦ ଗଠନ ପରଠାରୁ ଆଜିପର୍ଯ୍ୟନ୍ତ ଭଦ୍ରକ ପୌରପାଳିକା ବିବାଦ ଘେରରେ ରହିଆସୁଛି । ରାଜନୈତିକ ଫାନ୍ଦରେ ପେଶି ହୋଇଗଲାଣି। ଫଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ଘଟୁଛି । ପୂର୍ବ ସରକାର ଅମଳରେ ସ୍ଥାନୀୟ ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ମତଭେଦ ଘଟି କିଛିମାସ ଧରି ପୌରପାଳିକାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

ବିବାଦ ଏଭଳି ଭଗ୍ର ଥିଲା ଯେ ବିଭିନ୍ନ ସମୟରେ ଅନୁଷ୍ଠିତ ପାରିଷଦର ମାସିକିଆ ବୈଠକରେ ସୁରକ୍ଷା ଦୃଷ୍ଟିରୁ ପୁଲିସକୁ ପୌରପାଳିକା ପରିସରରେ ପଇଁତରା ମାରିବାକୁ ପଡ଼ୁଥିଲା । ପୂର୍ବତନ ନିର୍ବାହୀ ଅଧିକାରୀ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ମତଭେଟ ଘଟି ଉଭୟଙ୍କ କାର୍ଯ୍ୟାଳୟରେ ତାଲାପଡି ମାମଲା ଥାନାରେ ପହଞ୍ଚିଥିଲା। ସେହିପରି ପୌର ଉପାଧ୍ଯକ୍ଷାଙ୍କ ସ୍ବତନ୍ତ୍ର ଚାମ୍ବରକୁ ନେଇ କିଛିଦିନ ବିବାଦ ଲାଗି ରହିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ, ପୌରାଧକ୍ଷା ଅଣନିଶ୍ୱାସୀ ହୋଇ ଶେଷରେ କେତେକ କାଉନ୍ସିଲରଙ୍କୁ ଧରି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏବେ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରଶାସନିକବ୍ୟବସ୍ଥାରେ ସେଛାଚାରିତାକୁ ନେଇ ଗତ ୧୭ ତାରିଖରେ ପୌରାଧ୍ଯକ୍ଷାଙ୍କ ସହ କେତେକ କାଉନ୍‌ସିଲର ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇଛନ୍ତି।ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଜଣାପଡିଛି। ନିର୍ବାହୀ ଅଧିକାରୀଙ୍କ ଅଫିସ୍ କାର୍ଯ୍ୟରେ ଏଭଳି ସ୍ୱେଚ୍ଛାଚାରିବା ପଛରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଭୂମିକା ରହୁଥିବାର ଚର୍ଚ୍ଚା ହେଉଛି । ପୌରପାଳିକାର ଏଭଳି ପ୍ରଶାସନିକ ଅବ୍ଯବସ୍ଥା ଘେରରେ ରହୁଥ‌ିବାରୁ ବିଭିନ୍ନ ଓ୍ବାର୍ଡର ରାସ୍ତା ମରାମତି ଠାରୁ ଆରମ୍ଭ କରି ଡ୍ରେନ୍ ଓ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଧାପ୍ରାପ୍ତ ଘଟୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ଏପ୍ରିଲ ମାସ ସୁଦ୍ଧା ସହରର ବିଭିନ୍ନ ୱାର୍ଡରେ ବିଭିନ୍ନ ୱାର୍ଡଗୁଡିକ ଜଳାଶୟ ହେବାର ଯଥେଷ୍ଟ ସମ୍ଭାବନା ଉପୁଜିଛି । ବିଶେଷକରି ତଳି ଅଂଚଳରେ ସବୁ ଡ୍ରେନ ଗୁଡିକୁ ସଫା ହେବା ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଡ୍ରେନ୍‌ଗୁଡିକ ସଫା ହୋଇପାରିନାହିଁ । ଫଳରେ ଆସନ୍ତା ବର୍ଷାଋତୁରେ ସହରାଞ୍ଚଳରଏମାନଙ୍କ ଅଭିଯୋଗ ହେଲା ନିର୍ବାହୀ ଅଧିକାରୀ ଜଣକ କାଉନ୍ସିଲରଙ୍କ କଥାକୁ ଗୁରୁତ୍ବ ଦେଉନାହାନ୍ତି । ଅଫିସ୍‌ରେ କିଛି ସମୟ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଡେପୁଟି କଲେକ୍ଟରଙ୍କ ଅଫିସ୍ ଚାମ୍ବରରେ ବସି ସମୟ ବିତାଉଛନ୍ତି । ପୌରାଧକ୍ଷାଙ୍କ ତରଫରୁ ପଠାଯାଉଥିବା ବିଭିନ୍ନ ୱାର୍ଡର ବିକାଶ ମୂଳକ କାର୍ଯ୍ୟର ଫାଇଲ୍ ହେଉ କିମ୍ବା ଅନ୍ୟାନ୍ୟ ଫାଇଲ୍ ନିର୍ବାହୀ ଅଧିକାରୀଙ୍କ ଟେବୁଲରେ ଦୀର୍ଘଦିନ ପଡିରହୁଛି । ଅନେକ ଫାଇଲ୍ ଫେରାଇ ଦେଉଛନ୍ତି। ଏହାବ୍ୟତୀତ କାଉନ୍ସିଲରମାନେ ବିଭିନ୍ନ ସମସ୍ୟାକୁ ନେଇ କରୁଥିବା ଫୋନ୍‌କୁ ଉଠାଇନଥିବା କଥା ପୌରାଧ୍ୟକ୍ଷା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *