ଜନଶୁଣାଣି ଶିବିରରେ ୧୬୦ ଅଭିଯୋଗ
ଜନଶୁଣାଣି ଶିବିରରେ ୧୬୦ ଅଭିଯୋଗ
: ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଅଧ୍ୟକ୍ଷତା କରିଥିବାବେଳେ ଏସ୍ପି, ଉପଜିଲ୍ଲାପାଳ, ପିଡି, ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ତହସିଲାଦାର ଏବଂ ଅନ୍ୟାନ୍ୟ ବିଭିନ୍ନ ବିଭାଗର ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ। ୧୬୦ଟି ଅଭିଯୋଗ ହୋଇ ଥିବାବେଳେ ମୁଖ୍ୟତଃ ବାତ୍ୟା ଦାନା ସମୟରେ କ୍ଷୟକ୍ଷତି ତଥା କ୍ଷତିଗ୍ରସ୍ତ ଚାଷୀଙ୍କ ପାଉଣା ନ ମିଳିବା, ରାସନ୍ କାର୍ଡ଼, ଆବାସ ଯୋଜନା, ଭତ୍ତା, ରାଜସ୍ବ, ରାସ୍ତା କାର୍ଯ୍ୟର ଅନିୟମିତତା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଅଭିଯୋଗ ହୋଇଥିଲା। ସରକାରୀ ସ୍ତରରେ ଏବେ ଅନ୍ଲାଇନ ମାଧ୍ୟମରେ ଅଭିଯୋଗ ପାଇଁ ବ୍ୟବସ୍ଥା ରହିଥିବାବେଳେ ମାତ୍ର ୨୦ଟି ଅଭିଯୋଗ ପଞ୍ଜିକୃତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ସରକାରୀ ସ୍ତରରେ ୫ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଏବଂ ୭ଜଣ ବୟସ୍କଙ୍କୁ ନୂତନ ଭାବେ ମଧୁ ବାବୁ ଭତ୍ତା ପ୍ରଦାନ କରାଯାଇଥିଲା। ଯେଉଁ ସବୁ ଅଭିଯୋଗ ଆସିଛି ସୂଚାରୁ ରୂପେ ଖୁବ୍ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
