ଗଠନ ହେଲା କନ୍ଧ କୁମ୍ଭାର ସମାଜ
ଗଠନ ହେଲା କନ୍ଧ କୁମ୍ଭାର ସମାଜ। ।
କନ୍ଧମାଳ, ଫୁଲବାଣୀ ତା ୧୯/୦୫/୨୦୨୫କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ବିଶିପଡା ପଞ୍ଚାୟତ ଅଧିନରେ ଥିବା ସୁଧସାହି ଠାରେ କନ୍ଧ କୁମ୍ଭାର ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ନୂତନ ଜିଲ୍ଲା ସଭାପତି ଭାବେ ଶ୍ରୀ ଯୁକ୍ତ ବିଜୟ ବେହେରା, ଉପସଭାପତି ଶ୍ରୀ କର କହଁର, ସମ୍ପାଦକ ଜଗନ୍ନାଥ ବେହେରା,ସହ ସମ୍ପାଦକ ବୁଲୁ ଦେହୁରୀ,କୋଷାଧକ୍ଷ ଜୟନ୍ତ କୁମାର ବେହେରା,ପତ୍ରକାର ଶ୍ରୀ ନିରଞ୍ଜନ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ । ଏହି ସଭା ରେ ସାମାଜିକ କ୍ଷେତ୍ର ରେ ସଙ୍ଗଠନ ଏକତା ରହିବା , ଆର୍ଥିକ ସ୍ଥିତି ,ରାଜନୈତିକ ସୁଦୃଢ ରଖିବା, ନିଜ ଅଧିକାର ପାଇବା, ସଂସ୍କୃତି ଓ ପରମ୍ପରା ବଞ୍ଚାଇ ରଖିବା ଏବଂ ନିଜ ଜାତି କିଭଳି ଉନ୍ନତି ହେବ ତାହା ଉପରେ ତଥା ଜାତି ର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କିଭଳି ଉଜ୍ୱଳ ହୋଇପାରିବ ତାହାରି ଉପରେ ଆଲୋଚନା କରିବା ସହ ବିଭିନ୍ନ ପ୍ରକାର କଥା ବୁଦ୍ଧି ଯିବୀ ମାନେ ମତ ରଖିଥିଲେ ! ଏହି କାର୍ଯ୍ୟକ୍ରମ କୁ ନାରାୟଣ ବେହେରା ଆୟୋଜନ କରିଥିବା ବେଳେ ବିଶିପଡା ମାଝିପଦର, ସୁଧସାହି, ଦେହୁରି ସାହି, କଟ୍ରିଆମ୍ବା, ବାକିରିମେଣ୍ଡି, ଗ୍ରାମବାସୀ ସହଯୋଗ କରିଥିବା ବେଳେ ଚଉଦ କୋଷ ଗଡ଼ ଗ୍ରାମର ର ସଭାପତି ରଣସି ବେହେରା, ସମ୍ପାଦକ ନାମରତ୍ନ ବେହେରା, କୋଷାଧକ୍ଷ ଉମେଶ ବେହେରା କାର୍ଯ୍ୟକ୍ରମ କୁ ତୁଲାଇ ଥିଲେ !
