ଭଦ୍ରକର ପ୍ରସିଦ୍ଧ ପାଳୁଅ ଲଡୁକୁ ଟିଫିନ୍ ରେ ଖାଇବାକୁ ଜିଲ୍ଲାପାଳଙ୍କ ନିବେଦନ

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ପାଳୁଅ ଲଡୁକୁ ସବୁ ଲୋକ ସକାଳ ତିଫିନରେ ଖାଇବା ସହ ସରକାରୀ କାର୍ଯ୍ୟାଳୟରେ ହେଇଥିବା ମିଟିଂ ଓ ଅନ୍ୟାନ୍ୟ ବୈଠକରେ ପ୍ରତି ଟିଫିନ୍ ପକେଟ୍ ରେ ଗୋଟିଏ ପାଳୁଅ ଲଡୁ ଖାଇବାକୁ ଦେବା ପାଇଁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବିଭିନ୍ନ ବିଭଗୀୟ ଅଧିକାରୀଙ୍କୁ ଏକ ଚିଠି କରି ନିବେଦନ କରିଛନ୍ତି। ଓଡ଼ିଶାରେ ପ୍ରସିଦ୍ଧ ଭଦ୍ରକର ପାଳୁଅ ଲଡୁ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ପାଳୁଅ ଲଡୁ ଆମ ଓଡ଼ିଆ ଅସ୍ମିତାର ପ୍ରତୀକ। ପାଳୁଅ ଲଡୁକୁ ବହୁଳ ମାତ୍ରାରେ ଖାଦ୍ୟରେ ବ୍ୟବହାର କଲେ ଗ୍ରାମାଞ୍ଚଳରେ ପାଳୁଅ ଲଡୁ ତିଆରି କରୁଥିବା ଲୋକମାନଙ୍କର ରୋଜଗାର ହେବା। ସେମାନେ ଅଧିକ ପରିମାଣରେ ପାଳୁଅ ଲଡୁ ତିଆରି କରି ଆତ୍ମ ନିର୍ଭରଶୀଳ ହୋଇପାରିବେ। ଭଦ୍ରକର ପାଳୁଅ ଲଡୁ ରାଜ୍ୟ ଓ ରାଜ୍ୟ ବ୍ୟବହାରେ ଯେମିତି ପ୍ରସିଦ୍ଧି ଲାଭ କରିଛି। ସମେତ ମଧ୍ୟ ବିଭିନ୍ନ ଦେଶରେ ପାଳୁଅ ଲଡୁର ଆଦର ରହିଛି।

ବିଭିନ୍ନ ପର୍ବପର୍ବାଣୀରେ ଲୋକମାନେ ପାଳୁଅ ଲଡୁକୁ ଅଧିକ ବ୍ୟବହାର କରିବା ସହ ଉପହାର ସ୍ଵରୁପ ବନ୍ଧୁ ଘରକୁ ଏଭଳି ସୁସ୍ୱାଦୁ ଲଡୁ ପଠାଇବା ଉଚିତ। ପାଳୁଅ ଲଡୁ କୁ ଆଗାମୀ ଦିନରେ ଜିଆଇ ଟ୍ୟାଗ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯିବ। ଭଦ୍ରକ ପାଳୁଅ ଲଡୁ ଆମ ଓଡ଼ିଆ ଅସ୍ମିତା ର ପ୍ରତୀକ। ତେଣୁ ଏହାକୁ ବହୁଳ ଭାବରେ ଖାଦ୍ୟରେ ବ୍ୟବହାର କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଶ୍ରୀ ରାଉତରାୟ ନିବେଦନ କରିଛନ୍ତି।ଭଦ୍ରକର ପାଳୁଅ ଲଡୁ ରାଜ୍ୟ ଓ ରାଜ୍ୟ ବ୍ୟବହାରେ ଯେମିତି ପ୍ରସିଦ୍ଧି ଲାଭ କରିଛି। ସମେତ ମଧ୍ୟ ବିଭିନ୍ନ ଦେଶରେ ପାଳୁଅ ଲଡୁର ଆଦର ରହିଛି। ବିଭିନ୍ନ ପର୍ବପର୍ବାଣୀରେ ଲୋକମାନେ ପାଳୁଅ ଲଡୁକୁ ଅଧିକ ବ୍ୟବହାର କରିବା ସହ ଉପହାର ସ୍ଵରୁପ ବନ୍ଧୁ ଘରକୁ ଏଭଳି ସୁସ୍ୱାଦୁ ଲଡୁ ପଠାଇବା ଉଚିତ। ପାଳୁଅ ଲଡୁ କୁ ଆଗାମୀ ଦିନରେ ଜିଆଇ ଟ୍ୟାଗ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯିବ। ଭଦ୍ରକ ପାଳୁଅ ଲଡୁ ଆମ ଓଡ଼ିଆ ଅସ୍ମିତା ର ପ୍ରତୀକ। ତେଣୁ ଏହାକୁ ବହୁଳ ଭାବରେ ଖାଦ୍ୟରେ ବ୍ୟବହାର କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଶ୍ରୀ ରାଉତରାୟ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *