ପାଲ ଟାଣି ଜଙ୍ଗଲ ଜମି ହଡପ ଯୋଜନା

କୋଣାର୍କ,୨୦.୦୫, ପୁରୀ ଜିଲ୍ଲା କୋଣାର୍କରେ ଏବେ ସରକାରୀ ଜମି ଜବରଦଖଲ ଜୋରଦାର ଜାରି ରହିଛି। ଜମି ମାଫିଆ ମାନେ ସରକାରୀ ନଟ-ଫାଇନାଲ ଜମି, ଗୋଚର, ଅନାବାଦୀ ଓ ଜଙ୍ଗଲ ଜମିକୁ ବାଡ଼ ଓ ପାଲରେ ଅକ୍ତିଆର କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ତହସିଲ ପ୍ରଶାସନ, ଏନଏସି ପ୍ରଶାସନ ଓ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। ଯାହା ଫଳରେ ଦିନକୁ ଦିନ ବେଆଇନ ଜମି ଜବରଦଖଲ ବଢ଼ି ବଢ଼ି ଚାଲିଥିବା ବେଳେ ବେଆଇନ୍ ନିର୍ମାଣ ମଧ୍ୟ ବଢ଼ି ଚାଲିଛି। ଏପରିକି ଜାତୀୟ ରାଜପଥ ଓ ବାଲୁଖଣ୍ଡ ଅଭୟାରଣ୍ୟ ଜମି ମଧ୍ଯ ଦୁବୃର୍ତ୍ତ ମାନେ ପାଲ ଘୋଡାଇ ଜବରଦଖଲ କରୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ବନ୍ୟଜନ୍ତୁ ପଶୁ ପକ୍ଷୀଙ୍କ ପାଇଁ ବିପଦ ପାଲଟିଛି।

କୋଣାର୍କ ଚନ୍ଦ୍ରଭାଗା ୬ଲେନ୍ ରାସ୍ତାର ହେଲିପ୍ୟାଡ ସମ୍ମୁଖରେ ଥିବା ଜଙ୍ଗଲ ଜମିକୁ ମଧ୍ଯ ଜବରଦଖଲ କରୁଛନ୍ତି କେତେକ ଦୁବୃର୍ତ୍ତ। ଏନେଇ ସଂପୃକ୍ତ ସ୍ଥାନୀୟ ପ୍ରଶାସନ କୌଣସି ଦୃଷ୍ଟି ଦେଉ ନାହାନ୍ତି। ତେଣୁ ପୁରୀ ଜିଲ୍ଲାପାଳ, ଜିଲ୍ଲା ବନଖଣ୍ଡ ଅଧିକାରୀ, ରାଜ୍ବସ ବିଭାଗ, ଉପ ମୁଖ୍ୟମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *