ବନବିଭାଗ ଚଢାଉ
କାମାକ୍ଷାନଗର,୨୪/୧୧– ଦୁଇ ଗାଡି ସହ ଲକ୍ଷ୍ୟାଧିକ ଟଙ୍କାର କେନ୍ଦୁକାଠ ଜବତ ଓ ଜଣେ ଗିରଫ। ଗିରଫ ହେଲେ ବାଉଁଷପାଳ ଗ୍ରାମର କୁଶଭଦ୍ର ବିଶ୍ବାଳ। ଗତ ବିଳମ୍ବିତ ରାତିରେ ଗୋଟିଏ ପିକପ ଭ୍ୟାନରେ କେନ୍ଦୁ କାଠ ବୋଝେଇ ହୋଇ ବାହାର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା। ଏବଂ ଏହି ଗାଡିକୁ ସୁରକ୍ଷା ଦେବାପାଇଁ ଅନ୍ୟଏକ କାର ରେ ମୁଖ୍ୟ ଅଭିଯୁକ୍ତ କୁଶଭଦ୍ର ବିଶ୍ବାଳ ଥିଲେ। ବିଶେଷ ସୁତ୍ରରୁ ଖବର ପାଇ କାମାକ୍ଷାନଗର ପୁର୍ବାଞ୍ଚଳ ବନବିଭାଗ ଗାଡି ଦୁଇଟିକୁ ପିଛା କରି ଠେଙ୍ଗିଆ ମୁଣ୍ଡା ଗ୍ରାମ ନିକଟରେ ଅଟକ ରଖିବାରେ ସକ୍ଷମ ହୋଇଥିଲେ। କେନ୍ଦୁକାଠ ଲୋଡ ହୋଇଥିବା ଗାଡିର ଚାଳକ ଖସିପଳାଇଥିବାବେଳେ କାର ଚାଳକକୁ କାବୁକରି ଗିରଫ କରିଛନ୍ତି। ଦୁଇ ଗାଡିକୁ ଅଟକ ରଖିବା ସହ ଲକ୍ଷ୍ୟାଧିକ ଟଙ୍କାର କେନ୍ଦୁକାଠ ଜବତ କରିଛି ବନବିଭାଗ। ଆଜି ତାର ମେଡିକାଲ ଚେକପ ପରେ କୋର୍ଟଚାଲଣ କରାଯିବାର ବନବିଭାଗ ପକ୍ଷରୁ
ସୂଚନା ମିଳିଛି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
