ଧାମନଗର:ଦିବ୍ୟାଙ୍ଗ ପରିବାରର ଦୁଃଖମୟ କାହାଣୀ


ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ଗ୍ରାମ ପଞ୍ଚାୟତରେ ଥିବା ପାହାଡ଼ପୁର ଗ୍ରାମର ଏଭଳି ଏକ କାହାଣୀ ଯଦି ଆପଣ ନିଜ ଆଖିରେ ନଦେଖିବେ,ବିଶ୍ୱାସ କରିବେନି। ହଁ ଆଜ୍ଞା ଆମେ କହୁଛୁ ପାହାଡ଼ପୁର ନିବାସୀ ସ୍ବର୍ଗତ ବାବାଜୀ ସାହୁ ଙ୍କ ଘରର କାହାଣୀ। ଘରେ ତାଙ୍କର ତିନି ପୁଅ ଗୋଟିଏ ଝିଅ. “ବଡ ପୁଅ ଭରତ ସାହୁ ବୟସ ୪୫ ବର୍ଷ,ଭଉଣୀ ବୀଣା ସାହୁ ବୟସ ୪୭ ବର୍ଷ ଏବଂ ସାନ ଭାଇ ଶତ୍ରୁଘନ ବୟସ ୩୪ ବର୍ଷ। ଏ ସମସ୍ତେ ମୁକ ଏବଂ ବଧିର। ନା ସେମାନେ କିଛି କହି ପାରନ୍ତି,ନା କିଛି ଶୁଣି ପାରନ୍ତି। କେବଳ ମଝିଆଁ ପୁଅ ଶରତ ସାହୁ ଏକ ମାତ୍ର ରୋଜଗାରିଆ। ଯାହାଙ୍କ ଉପରେ ସମ୍ପୂର୍ଣ୍ଣ ପରିବାର ନିର୍ଭର କରେ.ସେ ଦୀର୍ଘ ଦଶ ବର୍ଷ ହେବ ବିବାହ କରିଛନ୍ତି। ଭଗବାନ ଙ୍କର ବିଚିତ୍ର ଲୀଳା ତାଙ୍କର ବି ଗୋଟେ ଛୋଟ ଝିଅ ସେ ବି ଠିକ ସେହି ଭଳି ଦିବ୍ୟାଙ୍ଗ। ଶରତ ମୁଲ ଲାଗି ନିଜ ପରିବାରର ପେଟ ପୋଷନ୍ତି,ହେଲେ କେଵେ କେବେ ତାଙ୍କୁ ଗୋଟେ ଓଳି ଖାଇ ଗୋଟେ ଓଳି ଉପବାସ ରହିବାକୁ ପଡେ।ସରକାରଙ୍କ ତରଫରୁ ଗୋଟେ ଘର ମିଳିବା ତାଙ୍କ ପାଇଁ ସାତ ସପନ ଭଳି। ଘରେ ଜଣେ ବୁଢ଼ୀ ମା ଟିଏ ଅଛି।ଗୁହାଳ ଘରେ ବହୁଦିନ ଧରି ରହୁ ଥିବା ଦେଖି, ଗ୍ରାମର କିଛି ସ୍ୱଚ୍ଛାସେବୀ ସଙ୍ଘଠନ ତାଙ୍କୁ ଏକ ଝାଟି ମାଟି ଘରଟିଏ କରି ଉପରେ ଟିଣ ଚାଦର ପକାଇ ଦେଇଛନ୍ତି। ସରକାରଙ୍କ ତରଫରୁ ଯେଉଁଠି ୪୦ କିଲୋ ଚାଉଳ ମିଳିବା କଥା କିନ୍ତୁ ତାଙ୍କୁ ମିଳୁଛି ମାତ୍ର ୨୦ କିଲୋ। ଏଇ କିଛି ଦିନ ହେବ ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କୁ ଭତ୍ତା ମିଳୁଛି. ଶରତ ସାହୁ ବହୁବାର ସରପଞ୍ଚ, ବିଡ଼ିଓ ଏବଂ ଚେୟାରମ୍ୟାନ କୁ ଭେଟି ନିଜ ଦୁଃଖ ଜଣାଇ ଥିଲେ ମଧ୍ୟ ତାଙ୍କୁ କିଛି ଫଳ ମିଳି ନାହିଁ। ହଁ ଆଜ୍ଞା କଥାରେ ଅଛି ଗରିବ ଲୋକ ସମସ୍ତଙ୍କ ଟାପରା। କଣ ଗରିବ ହେବା ସତରେ ପାପ ? ଯେଉଁଠି ବଡ଼ ବଡ଼ କୋଠା ବାଡ଼ି ଥିବା ଲୋକଙ୍କୁ ସରକାରଙ୍କ ତରଫରୁ ଘର ମିଳି ପାରୁଛି,ରାସନ ମିଳି ପାରୁଛି,ହେଲେ ଗରିବଙ୍କୁ କିଛି ନାହିଁ ? ସରକାରଙ୍କ ମାଳ ମାଳ ଯୋଜନା ଥାଇ ବି ସେଠି ଆଜି ପ୍ରକୃତ ହିତାଧିକାରୀ କାହିଁକି ସେଥିରୁ ବଞ୍ଚିତ।ଏହି ବିଷୟରେ GRS ଆଦିତ୍ୟ କୁଅଁର ଙ୍କୁ ପଚାରିବାରୁ, GRS ଏହା ପ୍ରତିନଜର ଦେବେ ଓ ତାଙ୍କୁ ତାଙ୍କ ହକ ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ :ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *