ୱାର୍କ ଚାର୍ଜଡ୍ ରେଗୁଲାର କର୍ମଚାରୀ ସଂଘର ସଂଘ ଯନ୍ତ୍ରୀମୁଖ୍ୟ ସିଭିଲ୍ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର, ୨୨୫ : ଡିଏଲ୍‌ଆର ରୁ ୱାର୍କଚାର୍ଜଡ୍ ଚାକିରି ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ଅର୍ଥରାଶି ପ୍ରଦାନ, ଡିଏଲ୍‌ଆର ରୁ ୱାର୍କଚାର୍ଜଡ୍ ଓ ୱାର୍କଚାର୍ଜଡ୍ରୁ ନିୟମିତ ଚାକିରି ପାଇ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରଦାନ ଓ ୱାର୍କଚାର୍ଜଡ୍ କର୍ମଚାରୀମାନଙ୍କୁ ଅବ୍ୟବହୃତ ଛୁଟି ଦରମା ଆଦି ଦାବିରେ ଓଡ଼ିଶା ୱାର୍କସ୍‌ ଡିପାର୍ଟମେଣ୍ଟ ୱାର୍କଚାର୍ଜଡ୍ ।ରେଗୁଲାର କର୍ମଚାରୀ ଆସୋସିଏସନ, ଓଡ଼ିଶା ପୂର୍ତ୍ତ ଅବସରପ୍ରାପ୍ତ ୱାର୍କଚାର୍ଜଡ୍ । ରେଗୁଲାର କର୍ମଚାରୀ ସଂଘ ଓ ଓଡ଼ିଶାଇଲେକ୍ଟ୍ରିକାଲ ୱାର୍କରସ୍ ୟୁନିୟନ୍ (ଜିଇଡି)ର ମିଳିତ ନିଷ୍ପତ୍ତିକ୍ରମେ ଯନ୍ତ୍ରୀମୁଖ୍ୟ ସିଭିଲ, ଓଡ଼ିଶାଙ୍କ କାର୍ଯ୍ୟାଳୟ ସମ୍ମୁଖରେସଂଘ ନେତା ସର୍ବଶ୍ରୀ ଗଗନ ଭଞ୍ଜ, ଅରୁଣ ପରିଡ଼ା, ଅଶୋକ ଚୌଧୁରୀ, ନିରଞ୍ଜନ ବାହିନୀପତି, କଲ୍ୟାଣ ମହାରଣା,ପ୍ରତାପ ସେନାପତି, ଜମିଲୁର ରହେମନ, ସୁକାନ୍ତ ମହାରଣାଙ୍କ ମିଳିତ ନେତୃତ୍ବରେ ଘେରାଉ କରାଯାଇଥିଲା । ସଂଘରମୁଖ୍ୟ ସଂଯୋଜକ ଗଗନ ଭଞ୍ଜ କହିଛନ୍ତି ଯେ, ଉପରୋକ୍ତତିନିଗୋଟି ଦାବି ସମ୍ବନ୍ଧରେ ଦୀର୍ଘ ତିନିବର୍ଷ ହେବ ସଂଘ ଦାବିକରିଆସୁଅଛି । କର୍ମଚାରୀମାନେ ୩୫ ରୁ ୪୦ ବର୍ଷ ସରକାରଙ୍କୁ ସେବା ଦେଇ ବିନା ପେନ୍‌ସନ, ଗ୍ରାଚ୍ୟୁଇଟି ଓ ଅବ୍ୟବହୃତ ଛୁଟି ଦରମା ନପାଇ ଚାକିରିରୁ ଅବସର ଗ୍ରହଣ କରୁଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଏହି କର୍ମଚାରୀଙ୍କ ସପକ୍ଷରେ ପେନ୍‌ସନ୍ ଦେବାପାଇଁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ରିଟ୍ ଅପିଲ୍ କରି କର୍ମଚାରୀଙ୍କୁ ପେନ୍‌ସନ୍ ଦେବେନାହିଁ ବୋଲି ପ୍ରକାରନ୍ତରେ ମନା କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅର୍ଥ ବିଭାଗ ତା ୧୫.୫.୧୯୯୭ ରିଖରେ ଜାରି କରିଥିବା ରେଜୋଲ୍ୟୁସନ୍‌ରେ ଡିଏଲ୍‌ଆର, ଏନ୍ଏମ୍ଆର, ଜକଣ୍ଟ୍ରାକ୍ଟ କର୍ମଚାରୀଙ୍କୁ ରେଗୁଲାର କରି ପେନସନ୍‌ଭୁକ୍ତ କର୍ମଚାରୀର ମାନ୍ୟତା ପ୍ରଦାନ କରିବେ । କେବଳ ଜବ କଣ୍ଟ୍ରାକ୍ଟ କର୍ମଚାରୀଙ୍କୁ ବାଦ୍ ଦେଲେ ଡିଏଲ୍‌ଆର । ଏନ୍‌ଏମ୍ଆର କର୍ମଚାରୀଙ୍କୁ ନିୟମିତ ନିଯୁକ୍ତିରେ ଅବସ୍ଥାନ କଲେନାହିଁ ଓ ପେନ୍‌ସନ୍ ମଧ୍ୟ ପ୍ରଦାନ କଲେନାହିଁ । ଯନ୍ତ୍ରୀମୁଖ୍ୟ (ସିଭିଲ) ଓଡ଼ିଶା ଯେପର୍ଯ୍ୟନ୍ତ ପେନ୍‌ସନ୍ ଦେବା ସପକ୍ଷରେ ସରକାରଙ୍କୁ ପ୍ରସ୍ତାବ ଦେଇନାହାଁନ୍ତି ଓ ଯେପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ଅର୍ଥ ରାଶି ଓ ଅବ୍ୟବହୃତ ଛୁଟି ଦରମା ଦେବାପାଇଁ ନିର୍ଦ୍ଦେଶ ଜାରି କରିନାହାଁନ୍ତି, ସେପର୍ଯ୍ୟନ୍ତ ସଂଘ ଘେରାଉ କରିବ ଓ କୌଣସି ଅପ୍ରତିକର ପରିସ୍ଥିତି ଛୁଟି ହେଲେ ଯନ୍ତ୍ରୀମୁଖ୍ୟ ସିଭିଲ, ଓଡ଼ିଶା ହିଁ ଦାୟୀ ରହିବେ ।

Leave a Reply

Your email address will not be published. Required fields are marked *