ଅନଲାଇନ ଅଭିଯୋଗ ପତ୍ର ଗ୍ରହଣ
ପୁରୀ ୨୨/୫ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଚଳିତ ମାସ ୨୬ ତାରିଖ ସୋମବାର ସକାଳ ୭ ଘଟିକା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।ଏଥିପାଇଁ ଆଗ୍ରହୀ ଜନସାଧାରଣ ଜନ ଶୁଣାଣି ପୋର୍ଟାଲ (https://janasunani.gov in/) ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।ଜନସାଧାରଣ ପଞ୍ଜିକରଣ ପ୍ରାପ୍ତି ସ୍ବୀକାର ପତ୍ର, ବ୍ୟକ୍ତି ଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇ ପାରିବେ।ଏତଦ ବ୍ୟତୀତ ଅଣ ପଞ୍ଜିକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ର ଗୁଡିକୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇ ପାରିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପକ୍ଷରୁ ଜନ ସାଧାରଣ ଙ୍କୁ ସୂଚନା ଦିଆଯାଇଛି।
