୩୪ ତମ ଶ୍ରାଦ୍ଧବାର୍ଷିକ ପାଳିଲେ କନ୍ଧମାଳ କଂଗ୍ରେସ କମିଟି
୩୪ ତମ ଶ୍ରାଦ୍ଧବାର୍ଷିକ ପାଳିଲେ କନ୍ଧମାଳ କଂଗ୍ରେସ କମିଟି । କନ୍ଧମାଳ।୨୨/୦୫/୨୦୨୫ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୩୪ ତମ ଶ୍ରାଦ୍ଧବାର୍ଷିକୀ ତା ୨୧/୦୫/୨୦୨୫ ରିଖରେ ଫୁଲବାଣୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ଅଫିସରେ ମିଡ଼ିଆ ସେଲର ସଭାପତି ସିଲୁ ପାଢ଼ୀଙ୍କ ନେତୃତ୍ୱରେ ଆବାସିକ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ଉପସ୍ଥିତ ସମସ୍ତ ସଭ୍ୟ ଶ୍ରେଷ୍ଠ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଭାରତ ଓ ଭାରତୀୟଙ୍କ ପ୍ରତି ନିଷ୍ଠାର ସହ କର୍ଭବ୍ୟ ସମ୍ପାଦନ ସମ୍ପର୍କରେ ଆଲୋଚନା କବ୍ରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଶ୍ରୀଯୁକ୍ତ ହେମନ୍ତ କର , ଦୁର୍ଯ୍ୟ ପଟ୍ଟନାୟକ , ସଂସାର ଭୋଇ ଶ୍ରମିକ ନେତାର ଜିଲ୍ଲା ସଭାପତି ଘନ ଶବର, ଉପ ସଭାପତି ମିଲନ ନାୟକ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକୁ ସଂଚାର ରୂପେ ତୁଲେଇ ଥିଲେ ।
