ଜଗତସିଂହପୁର ଠାରେ ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ
Date-23/05/25ଜଗତସିଂହପୁର ଠାରେ ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦଆଙ୍କର-ଓଡ଼ିଶାରେ ପ୍ରଥମ ଥର ପାଇଁ ପଛୁଆ ବର୍ଗଙ୍କୁ ଶିକ୍ଷାନୁଷ୍ଠାନ ମାନଙ୍କରେ ୧୧.୨୫ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା ଲାଗୁକୁ ନେଇ ଆଜି ଜଗତସିଂହପୁର ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସୁବୋଧ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ବାଇଁ ,ରାଜ୍ୟ ସଂଯୋଜକ ନୃସିଂହ ସାହୁ ଓ ଜଗନ୍ନାଥ ସ୍ବାଇଁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏହି ନିଷ୍ପତ୍ତି ଓବିସି ବର୍ଗର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ସୃଷ୍ଟି କରିବ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
