ସହରରେ ଆବାସ ଆ ବେଦନ ଆରମ୍ଭ ୮୪୩ ଯୋଗ୍ୟ ବିବେଚିତ

ଭଦ୍ରକ,: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସହର ୨.୦ ଆରମ୍ଭ ହୋଇଛି। କୋଟିଏ ଘର ଆବେଦନ ହେବ। ଏନେଇ ପିଏମ ଆବାସ ସମାରୋହ ଗୁରୁବାର ଭଦ୍ରକ ସହିଦ ସ୍ମୃତି ଭବନ ଟାଉନ ହଲଠାରେ ଭଦ୍ରକ ପୌରପାଳିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ପୌରାଧ୍ଯକ୍ଷା ଗୁଲମକି ଦଲୱାଜି ହବିବ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ତାପସ ସାମଲ ପ୍ରମୁଖ ମଞ୍ଚାସୀନ ହୋଇ କହିଥିଲେ। ସେମାନେ କହିଥିଲେ, ଭଦ୍ରକ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ର ୮୪୩ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ପିଏମ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ଯେଉଁମାନେ ଯୋଗ୍ୟ ସେମାନେ ଜଣେ ହେଲେ ବଞ୍ଚିତ କରାଯିବ ନାହିଁ । ସଭିଏଁ ଘର ପାଇବେ। ହେଲେ ପୂର୍ବରୁ ଯେ, ରାଜ୍ୟ ସରକାରଙ୍କ ଯୋଜନାରେ କୌଣସି ଗୃହ ହିତାଧିକାରୀ ହୋଇ ନ ଥିବେ ସେମାନଙ୍କୁ ଘର ମିଳିବ ବୋଲି ପ୍ରକାଶ କରିଥିଲେ। ବିଭିନ୍ନ ୱାର୍ଡ଼ର ପାରିଷଦ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *