ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ
ରାୟଗଡ଼ା-୨୩/୫-ଜିଲ୍ଲା ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଜିଲ୍ଲାପରିଷଦ ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ, ବୈଷୟିକ ବିଭାଗ, ଓଡିଶା ସରକାର ଯୋଗଦେଇ ଜିଲ୍ଲାର ରାୟଗଡ଼ା,କୋଲନରl ବ୍ଲକ ଓ ପୌରାଞ୍ଚଳର ୨୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ବଣ୍ଟନ କରିଥିଲେ। ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନୂତନ ଖାଉଟି କାର୍ଡ ପ୍ରଦାନ କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ରାଜକିଶୋର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ
ସାମିଲ ହୋଇ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l


ମାନ୍ୟବର ମନ୍ତ୍ରୀ ନିଜର ବକ୍ତବ୍ୟରେ କହିଲେ ନୂତନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ସ୍ଵରୁପ ସୁଭଦ୍ରା ଯୋଜନା, କୃଷକଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ, ନୂତନ ଖାଉଟି କାର୍ଡ ପ୍ରଦାନ କରି ଲୋକଙ୍କ ମୁହଁରେ ହସ ଫୁଟାଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରୁ ଯେପରି କୌଣସି ଗରିବ ଲୋକ, ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜିଲ୍ଲାର ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଡ଼ିଓ ଶ୍ରୀ ସୁଜିତ ମିଶ୍ର,
ଭାଜପା ଜିଲ୍ଲା ସଭାପତି ଗୋପୀ ଆନନ୍ଦ,ସମାଜ ସେବି କିଳିରାମ ମାଝୀ, ବସନ୍ତ ଉଲ୍ଲlକା,
ଯୋଗଦେଇ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ବଣ୍ଟନ କରିଥିଲେ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ରାଜକିଶୋର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଯୋଗାଣ ବିଭାଗର ଅଧିକାରୀ,ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ଖାଉଟି କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରି ସମସ୍ତଙ୍କୁ ଉତ୍ସାହିତ କରିଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *