ଅଭିଯୋଗ ଶୁଣାଣି ୨୬ ପରିବର୍ତ୍ତେ ୨୭ ତାରିଖରେ

ଅଭିଯୋଗ ଶୁଣାଣି ୨୬ ପରିବର୍ତ୍ତେ ୨୭ ତାରିଖରେ
ପୁରୀ ୨୩/୫ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଚଳିତ ମାସ ୨୬ ତାରିଖ ସୋମବାର ପରିବର୍ତ୍ତେ ୨୭ ତାରିଖ ମଙ୍ଗଳବାର ସକାଳ ୭ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।ପୂର୍ବରୁ ୨୭ ତାରିଖ ସାବିତ୍ରୀ ଅମାବାସ୍ୟା ପାଇଁ ଛୁଟି ଥିଲା।ତେବେ ସାବିତ୍ରୀ ୨୬ ତାରିଖରେ ପଡୁଥିବାରୁ ୨୬ ତାରିଖ ଛୁଟି ହେବ,୨୭ ତାରିଖରେ କାର୍ଯ୍ୟାଳୟ ଖୋଲା ରହିବ ଓ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଅଭିଯୋଗ ଶୁଣାଣି ଅଧିକାରୀ ଅବଗତ କରାଇଛନ୍ତି।ଅଭିଯୋଗ ଶୁଣାଣି ରେ ଆବେଦନ କରିବାକୁ ଚାହୁଁ ଥିବା ବ୍ୟକ୍ତି ବିଶେଷ ଚଳିତ ମାସ ୨୭ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *