ଫୁଲବାଣୀ ରେଡକ୍ରସ୍ ପକ୍ଷରୁ ତିନି ଦିନିଆ ଫାଷ୍ଟ ଏଡ୍ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ, ୨୩।୫ : କନ୍ଧମାଳ ଜିଲ୍ଲା ରେଡକ୍ରସ ପକ୍ଷରୁ ଆୟୋଜିତ ଏକ ତିନି ଦିନିଆ ଫାଷ୍ଟ ଏଡ୍ (ପ୍ରାଥମିକ ଚିକିତ୍ସା) ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ସକାଳ ୧୦ ଟା ସମୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି,କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ୩୦ ଜଣ ସ୍ବେଛାସେବୀ ମାନଙ୍କ ପାଇଁ ଏହି ତାଲିମ୍ କାର୍ଯ୍ୟକ୍ରମ ଅତି ଉପାଦେୟ ହେବ ଅସହାୟ ଲୋକଙ୍କୁ ସହାୟତା ଦେବାକୁ ଯାଇ ଆତୁରତା ବସତଃ ଆମ ଅଜାଣତରେ ତାର କ୍ଷତି କରି ବସୁ ଏହି ତାଲିମ ଶିବିରରେ ଯେ କୌଣସି ଗୁରୁତ୍ତର ବ୍ଯକ୍ତିକୁ କିପରି ନିରାପଦ ଭାବେ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ହେବ ତାହା ଜାଣି ହେବ ବୋଲି କହିଥିଲେ । ଏହି ଅବସରରେ ତାଙ୍କ ସହିତ ଜିଲ୍ଲା ଆପାତତଃ କାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ୍ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମାର୍ଥା ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ରେ ରାଜ୍ୟ ରେଡକ୍ରସ୍ ପକ୍ଷରୁ ଦୁଇ ଜଣ ଅଭିଜ୍ଞ ସାଧନ କର୍ମୀ (ଆର. ପି) ଡଃ ବିକାଶ ପ୍ରସାଦ ଓ ସୁମନ ଦ୍ୱିବେଦୀ, ତିନି ଦିନ ଧରି ସଡକ ଦୁର୍ଘଟଣା, କିମ୍ବା ଅନ୍ୟ ଯେ କୌଣସି ଦୁର୍ଘଟଣା ପିଡିତ, ସାପ ଠାରୁ ଆରମ୍ଭ କରି ମହୁମାଛି ଓ ବିଭିନ୍ନ ବିଶାକ୍ତ କୀଟ ମୁଡ଼ାରେ ଆହତ,ନିଆଁ କିମ୍ବା ଅନ୍ୟାନ୍ୟ ଭାବରେ ପୋଡି ଯାଇଥିବା ବ୍ଯକ୍ତି, ପାଣି ରେ ବୁଡି ଥିବା ଓ ବିଶାକ୍ତ ଗ୍ଯାସ୍ ରେ ଆକ୍ରାନ୍ତ, ଅଂଶୁଘାତର ଶୀକାର ବ୍ଯକ୍ତିଙ୍କ ସମେତ ବିଭିନ୍ନ ଅସହାୟ ଲୋକଙ୍କୁ କିଭଳି ଭାବେ ତାକୁ ନିରାପଦ ଭାବେ ନିଜେ ସୁରକ୍ଷିତ ରହି ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍ ସେବା ଯୋଗାଇ ପାରିବେ ତା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ସହିତ ତାର ପ୍ରୟୋଗ କୁ ପ୍ରଦର୍ଶନ କରି ଦେଖେଇ ଥିଲେ। ଯାହା ଦ୍ବାରା ପ୍ରାଥମିକ ଚିକିତ୍ସା ସହଜ ଓ ସରଳ ହେବ ବୋଲି କହିଥିଲେ । ଶେଷରେ ଶ୍ରୀ ରଞ୍ଜନ କୁମାର ମାର୍ଥା ଓ ରାଜ୍ୟ ରେଡକ୍ରସ୍ ର ଆଜୀବନ ସଦସ୍ୟ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
