ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ଗୁଳିକାଣ୍ଡ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ସନ୍ଦେହରେ 4ରିଜଣ ଅଟକ ।ହିନ୍ଦୋଳ ରେଞ୍ଜ ନିକଟ ତଣ୍ଟିଚିରା ଗ୍ରାମ ଜଙ୍ଗଲ ନିକଟରେ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ(ମାନସ)ଙ୍କୁ ଗୁଳି ହତ୍ୟା ।

ହିନ୍ଦୋଳ ଫରେଷ୍ଟ ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ ମାନସ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ରାତି ୧୧ଟା ୪ ମିନିଟ ସମୟରେ ତଣ୍ଟିଚିରା ଗାଁ ନିକଟ ଜଙ୍ଗଲରେ ରାତି ପ୍ରିଟୋଲିଙ୍ଗରେ ଯାଇଥିବା ବେଳେ ଶିକାରୀ ଗୁଳି କରି ହତ୍ୟା କରିଥିବା ସୂଚନା। ମାନସଙ୍କ ଘର କାମାକ୍ଷାନଗର ଥାନା ଜିରିଡାମାଳି ଗାଁରେ ହୋଇଥିବାବେଳେ ମାନସଙ୍କ ମ୍ୟୁତୃ ଖବର ଜାଣିବା ପରେ ଗାଁରେ ଶୋକକୋଳ ପରିବେଶ ସୃଷ୍ଟି ହୋଇଛି

Leave a Reply

Your email address will not be published. Required fields are marked *