ଭଦ୍ରକ କଲେଜ ରୋଡ଼ ସ୍ଥିତ ମାଇକ୍ରୋଓ୍ବେବ୍ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Date:- 28/05/2025Place:- bhadrak : ଆଜି ଭଦ୍ରକ ର ମାଇକ୍ରୋୱେବ ଟେକ୍ନୋଲୋଜି ଶିକ୍ଷା ଅନୁଷ୍ଠାନର ମୁଖ୍ୟ ତଥା ବହୁ ସଂଗଠନ ସହିତ ଜଡିତ ଶ୍ରୀ ଯୁକ୍ତ ମନୋଜ କୁମାର ରାୟ ଙ୍କ ଶୁଭ ଜନ୍ମ ଦିନ ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ଯୋଗ ଦେଇ ଥିଲେ । ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା ଫିତା କଟାଯାଇଥିଲା। ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମାଇକ୍ରୋ ୱେବ୍ ଟେକ୍ନୋଲୋଜି ଶିକ୍ଷା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ୭୧ ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ। ମନୋଜ୍ କୁମାର ରାୟ କୁହନ୍ତି ରକ୍ତ ଦାନ ପୁନଃ ଦାନ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ଟିମ୍ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *