ଶୁଭଦ୍ରା ପାଇଁ ସାବିତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଭଉଣୀଙ୍କ ସୁଖ, ସମୃଦ୍ଧି କାମନା କରିଲେ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

ବ୍ରହ୍ମପୁର :-୨୪/୦୫ ମହିଳାଙ୍କ ପାଇଁ ଶ୍ରେଷ୍ଠ ପୂଜା ହେଉଛି ସାବିତ୍ରୀ ଅମାବାସ୍ୟା।ବାପା ଘରୁ ଅମାବାସ୍ୟା ଭାର କେବେ ଆସିବ ସେଥିପାଇଁ ଅପେକ୍ଷା କରିଥାନ୍ତି। ଭାଇ ନେଇ ଭଉଣୀ ପାଖରେ ପହଞ୍ଚାଇ ଦିଏ ସେହି ଭାର। ଭଉଣୀଙ୍କୁ ଭାଇ ଦିଏ ଅମାବାସ୍ୟା ଭାର।ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ।ଶୁଭଦ୍ରା ପାଇଁ ସାବିତ୍ରୀ କାର୍ଯ୍ୟକ୍ରମ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ଈଶାଣେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଭଉଣୀ ମାନଙ୍କୁ ଅମାବାସ୍ୟା ଭାର ବଣ୍ଟନ କରିଥିଲେ।ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୦୦ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀଙ୍କ ଠାରୁ ଭାର ଗ୍ରହଣ କରିଥିଲେ। ଆଭାସ ମାଧ୍ୟମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଭଉଣୀ ମାନଙ୍କୁ ସନ୍ଦେଶ ଦେବା ପରେ ଭଉଣୀ ମାନଙ୍କୁ ଅମାବାସ୍ୟା ଭାର ବାଣ୍ଟିଲେ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଉପମୁଖ୍ୟମନ୍ତୀ ମଧ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଠାରୁ ଅମାବାସ୍ୟା ଭାର ପାଇଥିବା କହିଲେ। ସବୁ ଭଉଣୀଙ୍କ ସୁଖ, ସମୃଦ୍ଧି, ଉଜ୍ଜଳ ଭବିଷ୍ୟତ କାମନା କରିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଭଉଣୀମାନେ ମଧ୍ୟ ଭାଇ ମନ୍ତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏଭଳି ଭାର ପାଇ ବେଶ ଖୁସି ଲାଗୁଥିବା କହିଛନ୍ତି ଭଉଣୀ. ସାବିତ୍ରୀ ଅମାବାସ୍ୟା ଅବସରରେ କୌଣସି ଵିବାହିତ ମହିଳା ଗର୍ଭରୁ କନ୍ୟା ଭୃଣକୁ ନଷ୍ଟ ନ କରିବା ପାଇଁ ଶପଥ ନେବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କାଶୀ ଶଙ୍କରାଚାର୍ଯ୍ୟ ସୁମେରୁପିଠାଧୀଶ ନରେନ୍ଦ୍ରା ନନ୍ଦ ସରସ୍ୱତୀ।ମହିଳାମାନେ କେବେ ବି ଦୁର୍ବଳା ନାହାନ୍ତି,ସବୁବେଳେ ସବଳା ବୋଲି କହିଛନ୍ତି।ଦେଶର ବଡ଼ ଶକ୍ତି ହେଉଛନ୍ତି ମହିଳା।ମହିଳାଙ୍କ ସିନ୍ଦୂର କେତେ ଶକ୍ତିଶାଳୀ ତାହା ନିକଟ ଅତୀତରେ ସମଗ୍ର ବିଶ୍ୱ ଦେଖିଲା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। କନ୍ୟା, ମହିଳାଙ୍କୁ ସମ୍ମାନ ଦେବା ସହ କନ୍ୟା ଭୃଣ ହତ୍ୟାରୁ ନିବୃତ୍ତ ରହିବାକୁ ଶଙ୍କରାଚାର୍ଯ୍ୟପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଶଙ୍କରାଚାର୍ଯ୍ୟ ବି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅମାବାସ୍ୟା ଭାର ପ୍ରଦାନ କରିଥିଲେ। ଆସନ୍ତା କାଲି ଏହି ଭାର ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବେ ବୋଲି ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି। ଅନ୍ୟପଟେ କାର୍ଯ୍ୟକ୍ରମ ରେ ଆଭାସୀ ଜରିଆ ରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସାବିତ୍ରୀ କେବଳ ଯେ ପତି ଙ୍କ ପାଇଁ ଏଭଳି କାମନା କରି ନଥିଲେ, ସାବିତ୍ରୀ ନିଜ ବାପା, ମାଆ ସହ ପରିବାର, ପ୍ରିୟ ପରିଜନ ଙ୍କ ସହ ସୁସ୍ଥ ସମାଜ ପାଇଁ ମଧ୍ୟ ମା ସାବିତ୍ରୀ କାମନା କରିଥିଲେ । ଅନ୍ୟପଟେ ସମସ୍ଥ ଭଉଣୀଙ୍କୁ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଅମାବାସ୍ୟା ଭାର ପାଇ ଭଉଣୀ ବେଶ ଖୁସି ଜାହିର କରିଥିବା ବେଳେ ଭବିଷ୍ୟତ ଜୀବନ ସୁଖ ସମୃଦ୍ଧି କାମନା କରିଛନ୍ତି ଭାଇ ମନ୍ତ୍ରୀ। ସମସ୍ତଙ୍କ ଭବିଷ୍ୟତ ଜୀବନ ସୁଖମୟ ହେଉ, ଏହା ହିଁ ଆମର କାମନା ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା।

Leave a Reply

Your email address will not be published. Required fields are marked *