ବଡଗଡ଼ ବନବିଭାଗର ବଡ଼ ସଫଳତା! ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଶାଗୁଆନ କାଠ ଜବତ
ବଡଗଡ଼ ବନବିଭାଗର ବଡ଼ ସଫଳତା! ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଶାଗୁଆନ କାଠ ଜବତ।
ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ସୋରଡା ବ୍ଲକ୍ ଅନ୍ତର୍ଗତ ବଡଗଡ ବନବିଭାଗକୁ ପୁଣି ମିଳିଛି ଏକ ସଫଳତା। ଅଞ୍ଚଳର କାଠ ମାଫିଆଙ୍କ କାଠ ଚାଲାଣ ଉଦ୍ୟମ ହୋଇଛି ପଣ୍ଡ । ସୂଚନା ପ୍ରକାରେ ଶନିବାର ଅପରାହ୍ନରେ ବଡଗଡ ବନାଞ୍ଚଳ ବୋରଦା ପଞ୍ଚାୟତ ଗଡଚିକିଲି ନିକଟରୁ ଜବତ ହୋଇଛି ଶାଗୁଆନ କାଠ ଆନୁମାନିକ ୮୦ ସିଫ୍ଟ ଶାଗୁଆନ କାଠ । ଯାହାକି ପ୍ରାୟ ୨ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ଵ ହେବାର ଅନୁମାନ କରାଯାଉଛି l ବିଶେଷ ସୂତ୍ରରୁ ଖବର ପାଇ ବଡଗଡ ବନବିଭାଗ ପେଟ୍ରୋଲିଂ ଟିମ୍ ଉକ୍ତ ସ୍ଥାନରେ ପହଞ୍ଚି କାଠ ମାଫିଆଙ୍କ ଦ୍ୱାରା ପ୍ରାୟାସ ହେବାକୁ ଥିବା ଶାଗୁଆନ କାଠ ଗୁଡ଼ିକୁ ଜବତ କରିବାକୁ ସଫଳ ହୋଇଛି। ପ୍ରକାଶ ଥାଉକି ବଡଗଡ ବନବିଭାଗ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ରୂପେ ଅଞ୍ଜନ କୁମାର ନାୟକ ଦାୟିତ୍ଵ ଗ୍ରହଣ କରିବା ଦିନଠୁ ଜଙ୍ଗଲ ସୁରକ୍ଷା ଦିଗରେ ପଦକ୍ଷେପ ନେବା ସହ ଜଙ୍ଗଲରୁ ବେଆଇନ ଭାବେ କାଠ କାଟି ଚାଲାଣ କରୁଥିବା ମାଫିଆଙ୍କୁ ଲଗାତାର ଚଢ଼ାଉ କରି ରୋକିବାରେ ଯଥେଷ୍ଟ ସଫଳ ହୋଇଛନ୍ତି।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
