ସଚେତନ ନାଗରିକ ମଞ୍ଚ ପକ୍ଷରୁ ମେଧା ସମ୍ମାନ 2025 ପ୍ରଦାନ l
ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ୨୭ତମ ବାର୍ଷିକ ଉତ୍ସବ ରବିବାର ଦିନ ସ୍ଥାନୀୟ ୟୁଥହଷ୍ଟେଲ ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ପ୍ରସନ୍ନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥିଭାବେ ଏବଂ ବ୍ଳକ ଶିକ୍ଷାଧୁକାରୀ ପ୍ରମୋଦ କୁମାର କର, ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରାକ୍ତନ ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ଓ ବରିଷ୍ଠ ସେବକ ଭଗବାନ ମହାସୁଆର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ମଞ୍ଚର ଉପଦେଷ୍ଟା ବରିଷ୍ଠ ସାମାଜିକକର୍ମୀ ଚକ୍ରଧର ମହାପାତ୍ର ମଧ୍ୟ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚର ଅନ୍ୟତମ ଉପଦେଷ୍ଟା ବର୍ଷୀୟାନ୍ ଶିକ୍ଷାବିତ୍ ତଥା କବି ଶିବସୁନ୍ଦର ମିଶ୍ର ସଂଯୋଜନା କରିଥିଲେ। ନିଜନିଜର ବକ୍ତବ୍ୟରେ ଅତିଥିଗଣ ଉପସ୍ଥିତ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ସଂସ୍କୃତିମନସ୍କ ହେବାନିମନ୍ତେ ଆହ୍ବାନ ପ୍ରଦାନ କରିବାସହ ଦଶମଶ୍ରେଣୀ ପରୀକ୍ଷାରେ A1 ପାଇଥିବା ପୁରୀସହରର କୃତି ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ଭଲ ପୁଅଝିଅ ଓ ସୁନାଗରିକ ହେବା ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ। ଉତ୍ସବ ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯିବା ସହ ସମ୍ମାନିତ ଅତିଥି ମାଧବଚନ୍ଦ୍ର ପୂଜାପଣ୍ଡା ଙ୍କୁ ପ୍ରଥମ ‘ଶ୍ରୀକ୍ଷେତ୍ର ସେବକ’ ସମ୍ମାନ ପ୍ରଦାନ କରାଯାଇଥିଲା। ମଞ୍ଚର ଉପସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମନୋଜକୁମାର ସାମଲ, ସଂପାଦକ ତନ୍ମୟ ଚାଟ୍ଟାର୍ଜୀ, ଯୁଗ୍ମ ସଂପାଦକ ଅମର ମହାପାତ୍ର, ସହସଂପାଦକ ପ୍ରସନ୍ନ କୁମାର ଲେଙ୍କା ଓ ଅଶୋକକୁମାର ଆଢ୍ୟ ଏବଂ ମଞ୍ଚର ଗୋପ-ନିମାପଡା ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

ଉପଦେଷ୍ଟା ଜ୍ୟୋତିର୍ବିଦ୍ ତଥା ସ୍ତମ୍ଭକାର ହରିଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ରାଜକୁମାର ମହାନ୍ତି, ଗୌରୀଶଙ୍କର ସିଂହାରୀ ଏବଂ ଦୃଷ୍ଟି ର ମୁଖ୍ୟ ସଂପାଦକ ନାରାୟଣ ଦାଶ ପ୍ରମୁଖ ଙ୍କ ମାର୍ଗଦର୍ଶନ ରେ ଉତ୍ସବଟି ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମଟି ପୁରୀସହରର ଗର୍ବ ଓ ଗୌରବ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲାl ଉତ୍ସବ ରେ ପୁରୀସହର ର 6 ଟି ବିଦ୍ୟାଳୟ ର ମୋଟ 37 ଜଣ A-1 ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ l ଆସନ୍ତା ମାସର ପ୍ରଥମ ସପ୍ତାହ ରେ ଗୋପ, ନିମାପଡା, କାକଟପୁର, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ପୁରୀସଦର ଓ ସତ୍ୟବାଦୀ ଆଦି ଅଞ୍ଚଳର ଏ -1 ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି। ଉତ୍ସବ ଶେଷରେ ମନୋଜ୍ଞ ଓଡିଶୀନୃତ୍ୟ ପରିବେଷଣ କରାଯାଇଥିଲା।
