ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI ) ବ୍ରହ୍ମପୁର ଆଞ୍ଚଳିକ ସମ୍ମିଳନୀ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI ) ବ୍ରହ୍ମପୁର ଆଞ୍ଚଳିକ ସମ୍ମିଳନୀ

ବ୍ରହ୍ମପୁର, ତା. 25/05-
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI ) ବ୍ରହ୍ମପୁର ଆଞ୍ଚଳିକ ସମ୍ମିଳନୀ ସାଥି ସୁଧାଂଶୁ ଶେଖର ପଣ୍ଡା ସମ୍ମିଳନୀ କକ୍ଷ ପାର୍କ ସାହି ରେ ଅନୁଷ୍ଠିତ ହେଇଥିଲା l ସମ୍ମିଳନୀ ପ୍ରାରଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥି ମହମ୍ମଦ ଉଷ୍ମମାନ ଲାଲ୍ ପତାକା ଉତ୍ତୋଳନ କରୁଥିଲେ। ସହିଦ ବେଦୀରେ ପୁଷ୍ପା ମାଲ୍ୟ ଅପଣ ପରେ ସାଥି କାଳକିଙ୍କର ପାତ୍ର ଙ୍କ ସଭାପତିତ୍ୱ ଅନୁଷ୍ଠିତ ସମ୍ମିଳନୀ କୁ ଦଳର ବରିଷ୍ଠ ନେତା ଗଂଜାମ ଜିଲ୍ଲା ସମ୍ପାଦକ ସାଥି ପ୍ରକାଶ ପାତ୍ର ସମ୍ମିଳନୀକୁ ଉଦଘାଟନ କରି ସାମ୍ପତିକ ରାଜନୀତିକ ପରିସ୍ଥିତିରେ ସଂଗଠନ କୁ ସୁଦ୍ୱଡ଼ କରି ଅକ୍ୟବଧ କମ୍ୟୁନିଷ୍ଟ ଆନ୍ଦୋଳନ ଗଡି ତୋଳିବା ପାଇଁ ଆଭାନ ଦେଇଥିଲେ l ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଗଂଜାମ ଜିଲ୍ଲା ସହ ସମ୍ପାଦକ ସାଥି ପ୍ରଦୀପ ସେଠି ପାର୍ଟିର ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କକରେ ଆଲୋଚନା କରିଥିଲେ l ଆଞ୍ଚଳିକ କମିଟିର ସମ୍ପାଦକ ସାଥି କାମଦେବ ନାହାକ ଚିଠା ରାଜନୈତିକ ଓ ଚିଠା ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ l ରିପୋର୍ଟ ଉପରେ ସାଥି ବିଗ୍ନେଶ ସାହୁ, ପ୍ରଫୁଲ୍ଲ ଜେନା, ପ୍ରତିମା ଦେବୀ ଗାଗାରିନି ନାୟକ, ଶରତ ପାତ୍ର, ରୋହିତ ବିଷୋୟୀ, ରବୀନ୍ଦ୍ର ନାୟକ, ସନ୍ତୋଷ ନୟାଜ, ମହେନ୍ଦ୍ର ପାତ୍ର, ପ୍ରଭାତ ବେହେରା, ପ୍ରତିମା ବିଷୋୟୀ ଓ ପ୍ରଭାତୀ ଦେବୀ ଆଲୋଚନା ରେ ଅଂଶ ଗହଣ କରିଥିଲେ l ଅମ୍ବପୁଆ ଓ ନରେନ୍ଦ୍ରପୁର ରେଳ ଓଭୋର ବିଜି ନିମଣ, ବ୍ରହ୍ମପୁର ସହରର ରାସ୍ତା ଘାଟ ଓ ପରିମଳ ବ୍ୟବସ୍ତା ଉନ୍ନତି କରଣ, ସହର ସ୍ଥଳି ଗ୍ରାମା ଅଞ୍ଚଳର ଜନ ସମସ୍ୟାକୁ ନେଇ ବ୍ରହ୍ମପୁର ମହାନଗର ନିଗମ କୁକୁଡାଖଣ୍ଡି ଓ ରଙ୍ଗଈଲୁଣ୍ଡା ବ୍ଲକ ଅଫିସ ଆଗରେ ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହେଇଛି l କମ୍ୟୁନିଷ୍ଟ ପାର୍ଟିର ପ୍ରସାର, ଗଣ ସଂଗଠନ ଗଠନ, ଗଣ ପାଣ୍ଠି ଆଦାୟ, ସାଥି ମାନଂକୁ ରାଜନୀତିକ ଭାବରେ ସଚେତନ କରିବା ପାଇଁ ଶିକ୍ଷା ଶିବିର, ପାଟି ର ମୂଖ ପତ୍ର ନୁଆଁ ଦୁନିଆ ର ବ୍ୟାପକ ଗାହକ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଛି l ସମ୍ମିଳନୀ ରେ ଆଗାମୀ ଦିନ ପାଇଁ 15 ଜଣିଆ ଆଞ୍ଚଳିକ ପରିଷଦ ସମ୍ପାଦକ ଭାବେ ସାଥି କାମଦେବ ନାହାକ, ସହ ସମ୍ପାଦକ ରୂପେ ପ୍ରଫୁଲ୍ଲ ଜେନା ଓ ପ୍ରତିମା ଦେବୀ ନିବାଚିତ ହେଇଛନ୍ତି l

Leave a Reply

Your email address will not be published. Required fields are marked *