ଏଥର ପୁଣି ଛାତ୍ରୀ ମାନେ ଛାତ୍ର ମାନଙ୍କ ଠାରୁ ଆଗରେ ରହିଛନ୍ତି

ଏଥର ପୁଣି ଛାତ୍ରୀ ମାନେ ଛାତ୍ର ମାନଙ୍କ ଠାରୁ ଆଗରେ ରହିଛନ୍ତି l ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ l ଏହି ସଫଳତା କୁ ନେଇ ଯାଜପୁର ର କଳିଙ୍ଗ ହାୟର ସେକେଣ୍ଡନାରୀ ସ୍କୁଲ ପକ୍ଷରୁ ବ୍ୟାସନଗର ସଂସ୍କୃତି ଭବନ ଠାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଏଚ ଓ ଡି ଡ଼ଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାସ ସାଂମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେବାସହ ଉତ୍ତରୀୟ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ମାର୍କ ସିଟ କେବେବି ଛାତ୍ରଛାତ୍ରୀ ମାନଙ୍କ ର ଭବିଷ୍ୟତ ନିର୍ଧାରଣ କରେନାହିଁ । ବରଂ ସେମାନଙ୍କ ନିଜର ଆତ୍ମ ବିଶ୍ୱାସ ଏବଂ ଦୃଢ଼ ଇଛା ଶକ୍ତି ସେମାନଙ୍କୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ନିମନ୍ତେ ପଥ କଢ଼ାଇଥାଏ ବୋଲି ମୁଖ୍ୟ ଉପଦେଷ୍ଟା ରଞ୍ଜନ ଦାଶ କହିଛନ୍ତି । ସେହିପରି ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କର ପରୀକ୍ଷା ଫଳ ପାଇଁ ଶୁଭେଚ୍ଛା ଜଣେଇବା ସହ ପରୀକ୍ଷା ଫଳ ନୁହେଁ ବରଂ ଦକ୍ଷତା ସବୁଦିନ ପାଇଁ ଆବଶ୍ୟକ ରହିଛି l ତେଣୁ କେ ଜି ଆଇ ଦକ୍ଷତା ବିକାଶ ପାଇଁ ସଦାସର୍ବଦା ପ୍ରଚେଷ୍ଟା କରିଥାଏ ବୋଲି ଅଧ୍ୟକ୍ଷ ଆଲେକଜାଣ୍ଡାର ଦାସ କହିଛନ୍ତି l ଏହି ସମ୍ବର୍ଦ୍ଧନା ଉତ୍ସବରେ କଲେଜ ର ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ସ୍ଥାନୀୟ ବୁଦ୍ଧିଜୀବୀ ଓ ସମସ୍ତ କର୍ମଚାରୀ ଯୋଗଦେଇଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *