ଚତୁର୍ଦ୍ଦଶ ମେଧାବୀ ଅଭିନନ୍ଦନ
ଜଟଣୀ– ଚତୁର୍ଦ୍ଦଶ ମେଧାବୀ ଅଭିନନ୍ଦନ ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହଲରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କୋଭିଡ -୧୯ ସରକାରଙ୍କ ନିୟମ ମୁତାବକ ଏହି ବର୍ଷ ଜଟଣୀ ବ୍ଲକ ଏବଂ ମୁନିସି ପାଲଟି ଅଞ୍ଚଳର ୧୦ର ସମସ୍ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କ ପରିବର୍ତ୍ତେ ମାତ୍ର ପ୍ରଥମ(୯୦%)ରଖିଥିବା ୫ଜଣଙ୍କୁ ସମ୍ବର୍ଦ୍ଧନା ସହିତ ଆର୍ଥିକ ଦୁର୍ବଳ ମେଧାବୀ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏହି ଫାଉଣ୍ଡେସନ କେବଳ ମେଧାବୀ ସମ୍ବର୍ଦ୍ଧନା ନୁହେ ଅନ୍ୟାନ୍ୟ ଅବହେଳିତ ଓ ଗରୀବ ମାନଙ୍କୁ ସ୍ୱାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଦୀର୍ଘ ୧୪ବର୍ଷ ହେବ ସେବା ପ୍ରଦାନ କରି ଆସୁଛନ୍ତି।ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ, ତଥା ଅନୁଷ୍ଠାନର ସଭାପତି ତ୍ରିଲୋଚନ ମହାପାତ୍ର ପରିଚାଳନା କରିଥିଲେ।ମୁଖ୍ୟ ବକ୍ତା ଭାବେ ଡ଼. ସୁବ୍ରତ କୁମାର ଜେନା ଓ ସମ୍ମାନିତ ଅତିଥି ଭାବରେ ପାଣ୍ଡଵ ଜେନା ଫାଉଣ୍ଡେସନ ଅଧ୍ୟକ୍ଷ ସନ୍ତୋଷ ଜେନା ଓ ଧର୍ମ ପତ୍ନୀ ବିନତୀ ଜେନା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସୁ ମାର୍ଗଦର୍ଶନ କରିଥିଲେ।ପାଣ୍ଡବ ଜେନା ଫାଉଣ୍ଡେସନ, ଜଟଣୀ ଆନୁକୁଲ୍ୟରେ ତଥା ସଂସ୍କୃତି ସୁରକ୍ଷା ସମିତି, ଜଟଣୀ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ହୃଷିକେଶ ସେଠୀ,ଅଶୋକ ସାହୁ, ଚିତ ପ୍ରଧାନ, ରାମ ଚନ୍ଦ୍ର ସାହୁ, ଜୟନ୍ତ ସାହୁ,ସର୍ବେଶ୍ୱର ଖିଲାର, ପ୍ରଦୀପ୍ତ ବାରିକ,ପ୍ରୀତମ ମିଶ୍ର, ପ୍ରକାଶ ମାଝି ଓ ଦିଲ୍ଲୀପ ଖଟେଇ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ।
ରିପୋର୍ଟ- ଶୁଭେନ୍ଦ୍ର ଶତପଥୀ।
