ସିରିୟସ୍ ସ୍ପେଶାଲିଟି କେମିକାଲ୍ସ ପ୍ରାଇଭେଟ୍ ଲିମିଟେଡ଼ର ମଞ୍ଜୁରୀ ନିମନ୍ତେ ଜନ ଶୁଣାଣି ଅନୁଷ୍ଠିତ

କଳିଙ୍ଗନଗର, ୨୮/୦୫: ସିରିୟସ୍ ସ୍ପେଶାଲିଟି କେମିକାଲ୍ସ ପ୍ରାଇଭେଟ୍ ଲିମିଟେଡ଼ର ପ୍ରସ୍ତାବିତ ଗ୍ରୀନଫିଲ୍ମ ୨ ଲକ୍ଷ ଟି.ପି.ଏ. କ୍ଷମତା ବିଶିଷ୍ଟ କୋଇଲ ଟାର୍ ଡ଼ିଷ୍ଟିଲେସନ୍ ୟୁନିଟ୍ ଏବଂ ୧ଲକ୍ଷ ଟି.ପି.ଏ. କାର୍ବନ ବ୍ଲାକ୍ ସହିତ ୧୧ ମେଗାଓ୍ବାଟ୍ ସହ-ପାଓ୍ବାର ପ୍ଲାଣ୍ଟ୍ ପାଇଁ ଜିଲ୍ଲା ପ୍ରଦୂଷଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଦାନଗଦି କଲ୍ୟାଣ ମଣ୍ଡପରେ ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣି ଅନୁଷ୍ଠିତ ହେଇଯାଇଛି l ଆଜି ଜିଲ୍ଲା ପ୍ରଦୂଷଣ ବିଭାଗର ଅଧିକାରୀ ମଦନ ମୋହନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଥିଲେ l ବିଶେଷ ଭାବରେ ଏହି ଜନ ଶୁଣାଣି ଶିବିରରେ ଯଖପୁରା ପଂଚାୟତ ବାସିଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ପଂଚାୟତ ବାସି ଏହି କାରଖାନା ହେବା ପାଇଁ ସହମତି ପ୍ରଦାନ କରିଥିବା ବେଳେ ବିଶେଷ ଭାବରେ ପ୍ରଯ୍ୟାପ୍ତ ବୃକ୍ଷରୋପଣ, ସ୍ଥାନୀୟ ନିଯୁକ୍ତି ଓ ଅଞ୍ଚଳ ବିକାଶ ଉପରେ ଧ୍ୟାନ ଦେବାକୁ ମତ ପ୍ରକାଶ କରିଥିଲେ l ଏହି ଜନ ଶୁଣାଣି ସମୟରେ ଆଇନୀଶୃଙ୍ଖଳା କୁ ଦୃଷ୍ଟିରେ ରଖି କଳିଙ୍ଗନଗର ଅତିରିକ୍ତ ଏସପି, ଯାଜପୁର ରୋଡ ଏସଡିପିଓଙ୍କ ସମେତ ଅନେକ ଥାନାର ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l ସେପଟେ କାରଖାନା ଅବସ୍ଥାପପିତ ହେଲେ ବିଶେଷ ଭାବରେ ସ୍ଥାନୀୟ ନିଯୁକ୍ତି ଓ ବୃକ୍ଷରୋପଣ ଉପରେ ଅଧିକ ଧ୍ୟାନ ଦେବେ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ ପାତଞ୍ଜଳି କହିଛନ୍ତି l

Leave a Reply

Your email address will not be published. Required fields are marked *