ପାଣିପାଗ ବାତ୍ୟା ବଢ଼ି ପୂର୍ବରୁ କଟକ ମାଲଗାଦାମରେ ଧସି ପଶିଲା
ପାଣିପାଗ ବାତ୍ୟା ବଢ଼ି ପୂର୍ବରୁ କଟକ ମାଲଗାଦାମରେ ଧସି ପଶିଲା କୁତ୍ରିମ ନଳା ର ଲହଡି ବଢ଼ି ପାଣି. ଗୋଦାମ ଗୋଦାମ ରେ ନଳା ପାଣି, ଅନେକ କଞ୍ଚା ମାଲ ଦୋକାନୀଙ୍କର ପ୍ରତିଦିନ ସୁହା ହେଉଛି. ଦୋକାନ ଖୋଲି ପାରୁନାହାନ୍ତି, ଏପଟେ ଦିନରେ ନାହିଁ ନଥିବା ମଶା ନଳା ପୋକ ସାଲୁବାଲୁ, ଘର ରାସ୍ତା ଦୁର୍ଗନ୍ଧରେ ରାସ୍ତା ଦେଇ ଯାଆ ଆସ କରିହେଉନି, ଦିନରେ ବାଗୁଆ ବଣୁଆ ମଶା ମଶା କାମୁଡ଼ାରେ ସତେ ଯେମିତି ଟେକିନେଛନ୍ତି ମଣିଷ ମାନଂକୁ.ନିକଟରେ ପୋଲିସ ବ୍ୟାରେକ, କଲୋନୀ, ବହୁ ପୁରାତନ ସରକାରୀ ରେଲୱେ ସ୍କୁଲ ଅବସ୍ଥିତ. ଏପଟେ ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ କୁ ସୁବିଧା ଥିବାରୁ ଜିଲ୍ଲା ବାହାର ରୁ ବେପାରୀ ଯିବା ଆସିବା ର ସଟ କଟ ଥିବାରୁ ପ୍ରାୟ ବାଟୋଇ ଙ୍କ ଭିଡ଼ ଏବଂ ଏଥି ଯୋଗୁଁ ଅନେକ ଭରା ନଳା ପାଣିର ଗହିର ଜାଣି ପାରୁନଥିବାରୁ ବହୁ ସ୍କୁଲ କଲେଜ ସର୍ବସାଧାରଣ ବାଟୋଇ ପ୍ରତିଦିନ 8, ରୁ 10 ଜଣ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି. ତେଣୁ ଅନେକ ଦିନ ଧରି ସିଲସିଲା ଜାରିରହିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା କରିବା. ସଂଗେ, ସ୍ଥାନୀୟ ବାସିନ୍ଦା ଅତ୍ୟନ୍ତ ଖୋଭ ପ୍ରକାଶ କରିଛନ୍ତି, ଅନେକ ଥର କହିବା ସତ୍ୟେ ନାଁ କୌଣସି ଅଧିକାରୀ ସିଏମସିର ଆସିଛନ୍ତି, ନାଁ ସ୍ଥାନୀୟ କର୍ପୋରେଟଙ୍କ କିଛି ତତ୍ପରତା ଏଦିଗରେ ଦେଖାଉ ଛନ୍ତି.
