ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ

ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ
ପୁରୀ ୨୮/ ୫ ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲାର DRCS ,ସୁନିତା ପତି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଟିତ ହୋଇଥିଲା | ସମବାୟ ର ଭୂମିକା ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା ହୋଇଥିଲା l ସମବାୟ କିପରି ସମାଜ କୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହା ଉପରେ ଆଲୋକପାତ ହୋଇଥିଲ ।ବର୍ତ୍ତମାନ ସମବାୟ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ସହ ପରିବାର ମୁହଁରେ ହସ ଫୁଟାଇଛି।ଚଳିତ ମାସ ର ଥିମ ଭାବରେ FAQ ଧାନ ଉପରେ ସଚେତନତା ଏବଂ ଚାଷୀମାନଙ୍କୁ ସାର, ଉନ୍ନତ ବିହନ , କୀଟନାଶକ ର ପ୍ରୟୋଗ ଏବଂ କୃଷି ଉପକରଣ ବ୍ୟବହାର ଉପରେ ଥିଲା। ଏହି ଥିମ୍ ଉପରେ ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ ବିଶେଷ ଭାବେ ଆଲୋଚନା କରିଥିଲେ l ଏହାକୁ ସମସ୍ତ ଙ୍କ ସହଯୋଗ ରେ ସଫଳ କରିବା ସହ ସମବାୟ ସହଯୋଗ ରେ ସମୃଦ୍ଧ ହେବା ବୋଲି ସେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ,UPNCC Bank ,ପୁରୀ ର DGM ,ତପତୀ ପଟ୍ଟନାୟକ , ବରିଷ୍ଟ ଏଆରସିଏସ ସ୍ଵରୂପ କର l ARCS ସନାତନ ବେହେରା, RMC ସାକ୍ଷୀଗୋପାଳ ର ସମ୍ପାଦକ, Jitendu Dash ,RMC ନିମାପଡ଼ା ର ସମ୍ପାଦକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ ବିଷୟରେ ଆଲୋଚନାକରିଥିଲେ ।ଏହା ମାଧ୍ୟମରେ ଆମ ଅର୍ଥନୀତି କିପରି ମଜବୁତ ହୋଇ ପାରିବ ବୋଲି କହିଥିଲେ।
ଏଥିରେ ଅଧ୍ୟକ୍ଷତା କରି ଡିଆରସିଏସ ସୁନିତା ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ସମବାୟ ବର୍ଷ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।କୃଷି ସମବାୟ ସମିତି ଗଠନ,ଲାମ୍ପସ ଓ ପ୍ୟାକସ ମାଧ୍ୟମରେ କୃଷି ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଧି କେନ୍ଦ୍ର ଖୋଲିବା, ସମବାୟ ମାଧ୍ୟମରେ କିପରି ଗ୍ରାମୀଣ ଅର୍ଥ ବ୍ୟବସ୍ତା କୁ ସୁଦୃଢ କରିହେବ ବୋଲି କହିଥିଲେ।ପୁରୀ ଜିଲ୍ଲାରେ ୨୪୫ ପ୍ୟାକ୍ସ କାର୍ଯ୍ୟ କରୁଛି। ବିଗତ ଖରିଫ ବର୍ଷ ରେ ସମବାୟ ବିଭାଗ ମାଧ୍ୟମରେ ୧୮ ଲକ୍ଷ ୫୨ହଜାର ୩୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଛି ଯାହାକି ବିଗତ ବର୍ଷ ର ୧୫୦ % ରୁ ଅଧିକ lଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ସମବାୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଭଲ କାମ କରିଥିବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଜିଲ୍ଲା ର ଦୁଇ RMC ର ଅବଦାନ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା |କାର୍ଯ୍ୟକ୍ରମରେ ଉଦଘୋଷକ ସମବାୟ ନିରୀକ୍ଷକ ସତ୍ୟବ୍ରତ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *