୭ ବର୍ଷରୁ ଉର୍ଦ୍ଧ ପରେ ମଧ୍ୟ ଖଜୁରୀପଡ଼ା ବ୍ଲକ ମୋହ ଛାଡ଼ି ପାରୁ ନାହାଁନ୍ତି ଯନ୍ତ୍ରୀ
୭ ବର୍ଷରୁ ଉର୍ଦ୍ଧ ପରେ ମଧ୍ୟ ଖଜୁରୀପଡ଼ା ବ୍ଲକ ମୋହ ଛାଡ଼ି ପାରୁ ନାହାଁନ୍ତି ଯନ୍ତ୍ରୀ ।ଫୁଲବାଣୀ:-୩୦/୦୫ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକକୁ ନିଜର ପଟା ରେକର୍ଡ଼ ଘର ବୋଲି ଛାଡ଼ି ପାରୁ ନାହାଁନ୍ତି ଯନ୍ତ୍ରୀ। ଆଜିକୁ ୭ ବର୍ଷରୁ ଉର୍ଦ୍ଧ ବର୍ଷ ଖଜୁରୀପଡ଼ା ବ୍ଲକରେ ରହିଥିଲେ ମଧ୍ୟ ସ୍ନେହଲତା ପାତ୍ର ଏଠାରୁ ତାଙ୍କର ମୋହ ଛାଡ଼ି ପାରୁ ନାହାଁ। ସେହି ଭଳି ଏହି ବ୍ଲକର ଠିକାଦାର ଓ କିଛି ମୁଷ୍ଟିମେୟ ନେତାଙ୍କୁ ବେସ୍ ସୁହାଥିବା ଚର୍ଚ୍ଚରୁ ଜାଣିବାକୁ ମିଳୁଛି। ଯନ୍ତ୍ରୀ ମହାଶୟା ଏହି ବ୍ଲକରେ ଯଥେଷ୍ଟ ବର୍ଷ ଧରି ରହିଲେଥିଲେ ମଧ୍ୟ ଅନ୍ୟ ବ୍ଲକ ହେଉ କିମ୍ବା ଜିଲ୍ଲାକୁ ହେଉ ତାଙ୍କର ବଦଳି ହେଉ ନଥିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଜଣେ ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ କେତେ ଦିନ ରହିବ ତାହା ସରକାରଙ୍କ ନିୟମ ସମସ୍ତେ ଜାଣିଛନ୍ତି ହେଲେ ମଧ୍ୟ ଏଠାରେ ଏହି ନିୟମକୁ ସଂପୂର୍ଣ୍ଣ ଉଲଂଘନ କରାଯାଇଛି କହିଲେ ଭୁଲ ହେବନାହିଁ। ଏ ବାବଦରେ ଅଞ୍ଚଳ ବାସୀ କହୁଛନ୍ତି ଖଜୁରୀପଡ଼ା ବ୍ଲକ ଅନୁସୂଚିତ ଜାତି ଜନଜାତି ବ୍ଲକ ସରଳ ଓ ସ୍ଵାଭିମାନୀ ଭାବେ ଚଳି ଆସୁଛନ୍ତି ଏହି ବ୍ଲକ ଅଞ୍ଚଳର ଅଧିବାସୀ।ତେଣୁ ସରକାରୀ ଉନ୍ନୟନ ମୂଳକ କାମରେ ନିମ୍ନ ମାନର କରାଯାଇ ଏହି ବ୍ଲକରେ ବେସ୍ ଦୁଇ ପଇସା ରୋଜଗାର ହେଉଥିବା ଏହାର ମୁଖ୍ୟ କାରଣ ବୋଲି ଆଲୋଚନାରୁ ଶୁଣିବାକୁ ମିଳୁଛି। ଅନ୍ୟ ପକ୍ଷରେ କିଛି ମୁଷ୍ଟିମେୟ ରାଜ ନୈତିକ ବ୍ୟକ୍ତି ଙ୍କୁ ପ୍ୟାକେଟ ଗୁଞ୍ଜା ଦେଇ ତାଙ୍କର ବାହୁ ଛାୟତଳେ ରହିଥିବା ଲୋକଙ୍କ ମନରେ ସନ୍ଧେହ ସୃଷ୍ଟି ମଧ୍ୟ ହେଉଛି। କୁଆଡେ଼ ଜଣାପଡିଛି ଯେ ଯନ୍ତ୍ରୀ ମହାଶୟା ଏତେ ବର୍ଷ ଏଠାରେ ରହିଲା ପରେ ମଧ୍ୟ ଅନ୍ୟ ବ୍ଲକକୁ ବଦଳି କରାନଯାଇ ବର୍ତ୍ତମାନ କେବଳ ପଞ୍ଚାୟତ ବଦଳି କରା ଯାଇଛି। ଏହା ଆହୁରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। କାମ କରୁଥିବା କିଛି ଠିକାଦାର ନିଜ ନାମ ଗୋପନରେ ରଖି କହୁଛନ୍ତି କୁଆଡେ଼ ଯନ୍ତ୍ରୀ ମହାଶୟାଙ୍କୁ ଆଗୁଆ ପିସି ନମିଳିଲେ କାମ ସରିଥିଲେ ମଧ୍ୟ ଫାଇଲକୁ ମୁହଁ ଯାଉ ନାହିଁ। ଏନେଇ ସେମାନେ ଅତିଷ୍ଠ ମଧ୍ଯ ହେଉଛନ୍ତି ମୁହଁ ଖୋଲି କିଛି କହି ପାରୁ ନାହାଁନ୍ତି। ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ଯ ଖାତିରି କରୁ ନାହାନ୍ତି ଆବଶ୍ୟକ ପଡ଼ିଲେ ମିଥ୍ୟା ଅଭିଯୋଗ କରି ଡରାଉଛନ୍ତି ଏହା ମଧ୍ୟ କିଛି ଗଣମାଧ୍ୟମ ଙ୍କ ଠାରୁ ଶୁଣିବାକୁ ମିଳୁଛି। ତେଣୁ ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଜିଲ୍ଲା ପ୍ରଶାସନ ଜିଲ୍ଲାପାଳ ଅତି ଗରୁତର ଶହ ବିଚାରକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
