ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ଉଦ୍ଧାର ନାବାଳିକାର ମୃତ ଦେହ


ଭଦ୍ରକ: ୩/୧୨:-ପୋଖରୀରୁ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମଜୁରି ଗଡ଼ିଆ ଗ୍ରାମରେ । ଗାଁର ମାନସ କୁମାର ଜେନାଙ୍କ ୧୫ବର୍ଷର ନାବାଳିକା ଛାତ୍ରୀ ମଧୁସ୍ମିତା ଜେନା ସକାଳୁ ଫୁଲ ତୋଳିବାକୁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ ।
ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇନଥିଲେ । ଗ୍ରାମବାସୀ ମଧ୍ୟ ବହୁ ଖୋଜାଖୋଜି କରିଥିଲେ । ଶେଷରେ ଗ୍ରାମ ପୋଖରୀରେ ଝିଅର ଜୋତା ଭାସୁଥିବାର ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଭଣ୍ଡାରୀ ପୋଖରୀ ଦମକଳ ବାହିନୀ କେନ୍ଦ୍ରକୁ ଖବର ଦିଆଯାଇଥିଲା ।
ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୧୨ଫୁଟ ଗଭୀରରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡ଼ାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *