ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ବ୍ଲକରେ ବୈଠକ
ଭଦ୍ରକ : ୪/୧୨:– ବାତ୍ୟା ଜୱାଦକୁ ନଜରରେ ରଖି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପରିସରରେ ଅଧିକାରୀ ମାନଙ୍କ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବ୍ଲକର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ର ମଣି ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୋତିବିକାଶ ଦାସ ଓ ବିଜୁଳି ବିଭାଗ ର କର୍ମଚାରୀ,ଅଗ୍ନିସମ ବିଭାଗ କର୍ମଚାରୀ,ଚେୟାରମ୍ଯାନଙ୍କ ପ୍ରତିନିଧି ରଞ୍ଜନ ସାହୁ, ଆଦି ଉପସ୍ଥିତ ରହି ବାତ୍ୟା ହେଲେ କିପରି ଧନ ଜୀବନ ପ୍ରଭାବିତ ନ ହେବ ସେ ବିଷୟରେ ଆଲୋଚନା କରିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
