ଦିବ୍ୟ ଜୀବନ ସଙ୍ଘ ସୋରଡ଼ା ଅନୁକୂଲ୍ୟ ରେ ଏକଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ଅନୁଷ୍ଠିତ

ଦିବ୍ୟ ଜୀବନ ସଙ୍ଘ ସୋରଡ଼ା ଅନୁକୂଲ୍ୟ ରେ ଏକଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସୋରଡ଼ା ଦିବ୍ୟ ଜୀବନ ସଙ୍ଘ ଅନୁକୁଲ୍ୟ ରେ ଏକଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିର ଶ୍ରୀ ଶ୍ରୀ ପଞ୍ଚାନନ ସ୍ବାମୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଜୟଚନ୍ଦ୍ର ନାୟକ
( ମୂଖ୍ୟ ସଂଗଠକ ଦକ୍ଷିଣ ଓଡ଼ିଶା ଦିବ୍ୟ ଜୀବନ ସଙ୍ଘ ସମନ୍ବୟ ସମିତି ଓ ପ୍ରାକ୍ତନ ସାଧାରଣ ସମ୍ପାଦକ ସ୍ବାମୀ ଚିଦାନନ୍ଦ ଜନ୍ମ ଶତବାର୍ଷିକ ସମିତି ଓଡିଶା ତଥା ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟର ପରିଚାଳନା ସଦସ୍ୟ ) ଉଦଘାଟନ ଓ ଦୀପ ପ୍ରଯୋଳନ କରି ଗୁରୁ ପାଦପୂଜା ଧ୍ୟାନ , ଗୀତ ପାଠ ଭଜନ କୀର୍ତ୍ତନ ନଗର ପରିକ୍ରମା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମ କୁ ଉତ୍କଳ ପ୍ରଦେଶରେ ଅବସ୍ଥାନ କରୁଥିବା ଦିବ୍ୟ ଜୀବନ ସଂଘର ସନ୍ଥ ପୂଜ୍ୟ ଶ୍ରୀ ହରିଶରଣାନନ୍ଦ ସରସ୍ବତୀ, ପୂଜ୍ୟ ଶ୍ରୀ ରାମଦାସାନନ୍ଦ ସରସ୍ୱତୀ ଓ ସମ୍ମାନିତ ଅତିଥି ରୂପେ ବ୍ରହ୍ମଚାରୀ ମଣି ଭାଇ ଓ ରାଘବ ଚୈତନ୍ୟ ଅନ୍ୟ ବରିଷ୍ଠ ସନ୍ଥବୃନ୍ଦ ତଥା ଗଞ୍ଜାମ ଜିଲ୍ଲା ବିଭିନ୍ନ ଦିବ୍ୟ ଜୀବନ ସଂଘ ଶାଖାର କର୍ମକର୍ତ୍ତା ତଥା ସଦସ୍ୟ ମାନେ ଯୋଗଦାନ କରି ଆର୍ଶିବଚନ ପ୍ରଦାନ କରିଥଲେ l

ସାଧନା ଶିବିର ଶାଖା ସଭାପତି ଶ୍ରୀ ସୁଧାକର ପାତ୍ରଙ୍କ ସଭାପତିତ୍ୱରେ ଏବଂ ସଂପାଦକ ଶ୍ରୀ ବି. ପ୍ରଶାନ୍ତ | କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା କୋଷାଧ୍ଯକ୍ଷ ଶ୍ରୀ ଦିଲ୍ଲୀପ କୁମାର ସାହୁ ଓ ଶାଖାର ବରିଷ୍ଠ କର୍ମକର୍ତ୍ତା, ଉପଦେଷ୍ଟା ମାନଙ୍କ ମାର୍ଗଦର୍ଶକ ଓ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଟି ଭକ୍ତି ଭାବ ଓ ଆଧ୍ୟାତ୍ମିକ ପରିବେଶ ଟି ଆନନ୍ଦମୟ କରିଦେଇଥିଲା l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *