ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଉପରେ ଚଢ଼ାଉ, ଅନିୟମିତତା ଅଭିଯୋଗରେ ସିଲ୍

ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦେଶାଳୟ ପକ୍ଷରୁ କହ୍ନେଇପୁର ସ୍ଥିତ ଇଶା ଡାଇଗ୍ନୋଷ୍ଟିକ୍ ଏବଂ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଉପରେ ଚଢ଼ାଉ, ଅନିୟମିତତା ଅଭିଯୋଗରେ ସିଲ୍ l

ସୂଚନା ଅନୁଯାୟୀ ଯାଜପୁର ରୋଡ଼ କହ୍ନେଇପୁର ସ୍ଥିତ ଇଶା ଡାଇଗ୍ନୋଷ୍ଟିକ୍ ଏବଂ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ରରେ ଲିଙ୍ଗନିରୂପଣ କାର୍ଯ୍ୟ ଚାଲୁଥୁବା ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ ହେଉଥିଲା l

ଏହି ଅଭିଯୋଗକୁ ଆଧାର କରି ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ବାସୁଦେବ ନାୟକଙ୍କ ନେତୃତ୍ୱରେ ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶାଳୟ ର ଏକ ଟିମ ଚଢ଼ାଉ କରିଥିଲେ l ଏହି ଚଢ଼ାଉ କରି ଅଧିକାରୀ ମାନେ ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ l କୌଣସି ପଞ୍ଜୀକୃତ ନ ଥାଇ ଡାକ୍ତର ଙ୍କ ଅଧୀନରେ ଅବୈଧ୍ୟ ଭାବରେ ଏହି କାର୍ଯ୍ୟ ଚାଲୁଥିବା ଓ ଏଥିସହିତ ଏହି ଲ୍ୟାବରେ ଅନିୟମିତତା ହେଉଥିବାକୁ ଦେଖି ଏହି ଟିମ ଲ୍ୟାବକୁ ସିଲ୍ କରିଥିବା ଉପ ଜିଲ୍ଲାପାଳ ଶ୍ରୀ ନାୟକ ସୂଚନା ଦେଇଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *