ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିକ୍ରୟ ବିରୋଧ ଉପରେ ବ୍ୟାପକ ଜନ ସଚେତନତା

ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିକ୍ରୟ ବିରୋଧ ଉପରେ ବ୍ୟାପକ ଜନ ସଚେତନତା।
ଫୁଲବାଣୀ:-୦୪/୦୬ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟ ବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୂକୁଲ୍ୟରେ ସଚେତନତା ରଥ ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଲ ଚନ୍ଦ୍ର ନାଏକ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥଟି ଜିଲ୍ଲା ପରିକ୍ରମା ପୂର୍ବକ ଗାଁରୁ ସହର- ସମ୍ପୂର୍ଣ୍ଣ ଜିଲ୍ଲା ସମେତ ଓଡିଶାକୁ ଘାତକ ନିଶା କବଳରୁ ମୁକ୍ତ କରିବା ପାଇଁ ଜନସାଧରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା , ଅପମିଶ୍ରିତ, ବିଷାକ୍ତ ଏବଂ ବେଆଇନ ମଦ କାରବାର କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଥିବା ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇବା ସହିତ ଅତ୍ୟଧିକ ନିଶା ଓ ମଦ୍ୟପାନ ଦ୍ୱାରା ହେଉଥିବା ଗୁରୁତର ସ୍ୱାସ୍ଥ୍ୟ ଓ ମାନସିକ ସମସ୍ୟା , ବିଭିନ୍ନ ପାରିବାରିକ ସମସ୍ୟା ଏବଂ ଘରୋଇ ହିଂସା ସମ୍ପର୍କରେ ମଧ୍ୟରେ ସଚେତନତା ସୃ୍ଷ୍ଟି କରିବ । ଡ୍ରଗ୍ସ କାରବାର ସମ୍ପର୍କରେ କୌଣସି ଘଟଣା ନଜରକୁ ଆସିଲେ ଜାତୀୟ ନର୍କୋଟିକ୍ସ ହେଲ୍ପଲାଇନ ଟୋଲ ଫ୍ରି ନମ୍ବର ୧୯୩୩ କଲ୍ କରିବା ପାଇଁ ଅନୁରୋଧ କରାଯାଛି।
ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ , ଜିଲ୍ଲା ସାମଜିକ ସୁରକ୍ଷା ଅଧିକରୀ ପି ପଦ୍ମା, ଡିଏସ୍ ଡ୍ବ୍ଲୁଓ, ଡିସିପିଓ ଜସ୍ନାମୟୀ ମଲ୍ଲିକ, ବ୍ଲକ ସାମାଜିକ ସୁରକ୍ଷା ଅଥିକରୀ ପ୍ରମୋଦ କୁମାର ବଡ଼ସେଠ, ଅବକାରୀ ବିଭାଗର କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସୁପରଭାଇଜର ମାନଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *