କନ୍ୟାଙ୍କ ସୁରକ୍ଷା ପାଇଁ ସଚେତନ। ପଦଯାତ୍ରା ।
କନ୍ଧମାଳ୫/୬/ ୨୦୨୫ ଫୁଲବାଣୀ ବିଶ୍ଵ ପରିବେଶ ଦିବସ ଅବସରରେ ରୋଟାରୀ କ୍ଲବ ଫୁଲବାଣୀ ତରଫରୁ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଗୋଟିଏ ପାହୁଣ୍ଡ ଶୀର୍ଷକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ରୋଟାରୀ ଜିଲ୍ଲା ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ ନେତୃତ୍ବରେ ମେ ମାସ ୨୫ ତାରିଖରୁ ପୁରୀରୁ ଆରମ୍ଭ ଏହି ପଦଯାତ୍ରାରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ସରୋଜ ଦାସଙ୍କ ଉପସ୍ଥିତିରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ପରିସରରୁ ଶୁଭାରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ଶହ ଶହ ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ , ରୋଟାରୀ କ୍ଲବ ସଦସ୍ୟ , ରୋଟାରାକ୍ଟ , ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।

ଏହି ଅବସରରେ ପୋଲିସ ତରଫରୁ ଟ୍ରାଫିକ ନିୟନ୍ତ୍ରଣରେ ସହାୟତା ଯୋଗାଇ ଦିଆଯାଇଥିଲା । ରୋଟାରୀ କ୍ଳବ୍ ସଭାପତି ବିପ୍ରଚରଣ ପାତ୍ର ଓ ସଂପାଦକ ବିଜୟକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ଵରେ ଆୟୋଜିତ ଏହି ପଦଯାତ୍ରାରେ ପବ୍ଳିକ୍ ସ୍କୂଲ ଅଧ୍ୟକ୍ଷ ଧନଞ୍ଜୟ ସାର୍ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ରୋଟାରୀଆନ୍ ରବି ନାରାୟଣ ସୁବୁଦ୍ଧି,ଜ୍ଞାନ ଦୋରା , ସୁନୀଲ ପଟ୍ଟନାୟକ, ପ୍ରକାଶ ପଣ୍ଡା, ବିରଜା ନାହାକ ,ବାବୁଲା ସାହୁ, ରୂପକ ମହାନ୍ତି, ସନ୍ତୋଷ ପଣ୍ଡା, ଉପେନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ ।
