ପଲିଥିନ ମୁକ୍ତ ହେବ ରାୟଗଡା ସହର

ରାୟଗଡ଼ା-୫/୬-ବିଶ୍ୱ ପରିବେଶ ଦିବସ ୨୦୨୫ ଉପଲକ୍ଷେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରିବା ଓ ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା ନିମନ୍ତେ ରାୟଗଡା ପୌରପରିଷଦ ଆନୁକୁଲ୍ଯରେ ଗୁରୁବାର ଦିନ ୧୦ଟା ସମୟରେ ଏକ ସଡକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଉଠା ଦୋକାନୀ ତଥା ବ୍ୟବସାୟୀମାନଙ୍କୁ ପୌର କର୍ମଚାରୀମାନେ ଲିଫଲେଟ ବାଣ୍ଟିବା ସହିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ପୌରପରିଷଦର ପୌରାଧ୍ୟକ୍ଷ ଶ୍ରୀ ପି. ମହେଶ ପଟନାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଜନସାଧାରଣଙ୍କୁ ସଚେତନ କରାଇବା ସହ ରାୟଗଡା ସହରକୁ ପଲିଥିନ ମୁକ୍ତ ରଖିବା, ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରିବା , ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା, ଘର ତଥା ଦୋକାନର ଆବର୍ଜନା ସ୍ବଚ୍ଛତା ରଥରେ ଦେବା , ବାହାରେ ମଳତ୍ଯାଗ ନକରି ଶୌଚାଳୟ ବ୍ୟବହାର କରିବା ଏବଂ ଆବର୍ଜନା ତଥା ପ୍ଲାଷ୍ଟିକ ସାମଗ୍ରୀ ନାଳ ନର୍ଦମାରେ ନପକାଇବା ପାଇଁ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ।

ଏହି ଶୋଭାଯାତ୍ରାରେ ପରିଷଦର ଅଧ୍ୟକ୍ଷ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ପାରିଷଦ ବୃନ୍ଦ , ପରିଷଦର ସମସ୍ତ କର୍ମଚାରୀ , ସ୍ବଚ୍ଛ ସାଥି, ସ୍ବଚ୍ଛ ସୁପରଭାଇଜର, ସଫେଇ କର୍ମୀ ତଥା ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *