ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାଟ ନିଗମ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

୦୫/୦୬: ଜାତିସଂଘ ଘୋଷିତ ବିଷୟ “ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା’ ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରି, ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) କଳିଙ୍ଗନଗର ସ୍ଥିତ ପ୍ଲାଣ୍ଟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଦିବସର ଅଂଶ ଭାବରେ, ପ୍ଲାଣ୍ଟ ପରିସରର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି। ଏଥି ସହ ପରିବେଶ ଦୀର୍ଘସ୍ଥାୟତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କ୍ରାଫ୍ଟ ତିଆରି ଏବଂ ଭାଷଣ ପ୍ରତିଯୋଗିତା ସହିତ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସେସନ୍ ଏବଂ କ୍ୱିଜ୍ ଓ ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏହା ବ୍ୟତୀତ, ପ୍ଲାଣ୍ଟ ପରିସର ଏବଂ ନିକଟବର୍ତ୍ତୀ ସ୍ଥାନଗୁଡିକରେ ପ୍ଲାଷ୍ଟିକ ସଫେଇ ଅଭିଯାନ ମଧ୍ୟ ଚାଲିଥିଲା। ଟ୍ରେନିଂ ସେଣ୍ଟର ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଏସକେର ଯାନ୍ତ୍ରିକ ରକ୍ଷଣାବେକ୍ଷଣ ପ୍ରଧାନ ଶଙ୍କର ବିଶ୍ୱାସ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀମାନଙ୍କୁ ପ୍ରତିଭାଙ୍କୁ ପ୍ରମାଣପତ୍ର ଏବଂ ଉପହାର ପ୍ରଦାନ କରାଯାଇଥିଲା। ସେହିପରି, ଟାଟା ଷ୍ଟିଲ ଫାଉଣ୍ଡେସନ(ଟିଏସଏଫ୍‌) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍‌) ପକ୍ଷରୁ ‘ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ’ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନଙ୍କ ସମେତ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ପରିସରରେ ୫୦ଟି ଚାରା ରୋପଣ କରାଯାଇ ପରିବେଶ ସଂରକ୍ଷଣର ବାର୍ତ୍ତା ପ୍ରଚାର କରାଯାଇଥିଲା।ଏଠାରେ ଉଲ୍ଲେଖ ଯେ, ଜୁନ ମାସ ପର୍ଯ୍ୟନ୍ତ ଉତ୍ସବ ଜାରି ରହିବ, ଯାହାକି ଟାଟା ଷ୍ଟିଲରେ ‘ଦୀର୍ଘସ୍ଥାୟତା ମାସ’ ଭାବରେ ପାଳନ କରାଯାଉଛି। ମାସବ୍ୟାପୀ ଉତ୍ସବର ଅଂଶ ଭାବରେ, ସଚେତନତା ଅଭିଯାନ, ୱେବିନାର ଏବଂ ଅନଲାଇନ୍ କ୍ୱିଜ୍ ଆଦି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *