ସମର୍ପଣ (ବୃଦ୍ଧାଶ୍ରମ)ରେ ମାସିକ ସ୍ବାସ୍ଥ୍ଯସେବା

ନୟାଗଡ଼ ସହର ଉପକଣ୍ଠ ଲେଖନପୁର ଠାରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ, ନିଷ୍ପେଷିତ, ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏହା ଏକ ସୁନ୍ଦର ଆଶ୍ରୟସ୍ଥଳୀ। ବଦାନ୍ଯ ବ୍ଯକ୍ତି ମାନଙ୍କର ସାହାଯ୍ୟ ସହଯୋଗ ତଥା ମାନ୍ଯବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ପ୍ରତ୍ଯେକ୍ଷ ମାର୍ଗଦର୍ଶନରେ ପରିଚାଳିତ ହେଉଥିବା ଏହି ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କର ମାସିକ ସ୍ବାସ୍ଥ୍ଯ ଚିକିତ୍ସା ଓ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ଯ ସେବା କାର୍ଯ୍ୟକ୍ରମରେ ଶଙ୍ଖେଇ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇ ଓ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସମ୍ବିତ୍ ଜେନା ଯୋଗଦେଇ ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା ଓ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମର୍ପଣର ସଂପାଦକ ଅରୁଣ କୁମାର ମହାନ୍ତି,କୋଷାଧ୍ୟକ୍ଷ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଉପସ୍ଥିତି ଥିଲେ। ପ୍ରତି ମାସରେ ଡାକ୍ତର ବନ୍ଧୁମାନେ ସଂକଳ୍ପିତ ହୋଇ ନିଶ୍ଳୁକ ସେବା ଯୋଗାଇ ଦେଉଥିବାରୁ ସମର୍ପଣ ତରଫରୁ ସେମାନଙ୍କୁ ଧନ୍ଯବାଦ ପ୍ରଦାନ କରାଯାଇଛି।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼।

Leave a Reply

Your email address will not be published. Required fields are marked *